ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖରା ଦିନ ଅପେକ୍ଷା ଶୀତ ଦିନରେ ହୃଦଘାତର ଆଶଙ୍କା ଅଧିକ ଥାଏ। ଆସନ୍ତୁ ଜାଣିବା ଏହାର କାରଣ ଓ ପ୍ରତିକାର।

ପ୍ରତିବର୍ଷ ଶୀତ ଋତୁରେ ହୃଦ ଜନିତ ରୋଗ ଖାସ୍‌ କରି ହୃଦଘାତରେ ଅଧିକ ଲୋକ ମୃତ୍ୟୁବରଣ କରିଥାନ୍ତି। ଖରା ଦିନ ଅପେକ୍ଷା ଶୀତ ଦିନରେ ଏହାର ପ୍ରଭାବ ଅଧିକ ଦେଖାଦିଏ।

ପ୍ରଥମତଃ ଶୀତ ଋତୁରେ ଦିନ ଛୋଟ ଓ ରାତି ବଡ଼। ଯାହାଫଳରେ ଶରୀରରେ ହରମୋନ୍‌ର ସନ୍ତୁଳନ ଠିକ୍‌ ରହିନଥାଏ ଓ ଶରୀରରେ ଭିଟାମିନ-ଡି ମଧ୍ୟ କମି ଯାଏ। ଏଥିପାଇଁ ହୃଦଘାତର ବହୁ ଆଶଙ୍କା ଥାଏ।

ବାସ୍ତବରେ ଶୀତ ଦିନେ ହୃତପିଣ୍ଡର ଧମନୀ ସଙ୍କୁଚିତ ହୋଇଯିବା ଫଳରେ ହୃତପିଣ୍ଡରେ ଅମ୍ଳଜାନ ଓ ରକ୍ତପ୍ରବାହ ଧିମା ପଡ଼ିଯାଏ। ଏହା ଦ୍ୱାରା ଶରୀରରେ ବ୍ଲଡ ପ୍ରେସର ବଢ଼ିଯାଇ ହୃଦଘାତର ଆଶଙ୍କା ଦେଖାଦିଏ।

ଶୀତଦିନେ ହୃଦରୋଗରୁ କିପରି ରକ୍ଷା ପାଇବେ

  • ହୃଦରୋଗରୁ ରକ୍ଷା ପାଇବା ପାଇଁ ଫାଇବର ଯୁକ୍ତ ଖାଦ୍ୟ ଖାଇବା ଉଚିତ୍‌। ଇସବଗୁଲ୍‌, ସେଓ, ବ୍ରୋକ୍‌ଲି, ଡ୍ରାଏ ଫ୍ରୁଟ୍‌ସ, ସବୁଜ ପନିପରିବା ଆଦି ଖାଦ୍ୟରେ ଫାଇବର ପ୍ରଚୁର ପରିମାଣରେ ଥାଏ। ଯାହା ହୃଦ୍‌ରୋଗରୁ ଆପଣଙ୍କୁ ରକ୍ଷା କରିଥାଏ।
  • ଶୀତଦିନେ ଠିକ୍‌ ମାତ୍ରାରେ ପାଣି ପିଇବା ଦରକାର। ଏହା ଦ୍ୱାରା ଶରୀରକୁ ଶକ୍ତି ମିଳିବା ସହ ଭଲ ଡାଇଜେସନ୍‌ ହୋଇଥାଏ।
  • ଶୀତ ଋତୁରେ ନିୟମିତ ସକାଳୁ ସୂର୍ଯ୍ୟ କିରଣରେ ବସିବା ଶରୀର ପ୍ରତି ଲାଭଦାୟକ। ସୂର୍ଯ୍ୟ କିରଣରେ ଭିଟାମିନ-ଡି ରହିଛି ଯାହା ହୃତପିଣ୍ଡ ପାଇଁ ବିଶେଷ ଦରକାରୀ।
  • ଶୀତଦିନେ ଧୂମପାନ ଠାର ଦୂରେଇ ରୁହନ୍ତୁ। ଧୂମପାନ କରୁଥିବା ଲୋକଙ୍କୁ ଆସ୍ଥମା ଭଳି ଶ୍ୱାସ ରୋଗ ଦେଖାଦେଇଥାଏ। ଯାହାକି ହୃଦ୍‌ଘାତର ଆଶଙ୍କାକୁ ବଢ଼ାଇଥାଏ।
  • ନିୟମିତ ବ୍ୟାୟାମ କରିବା ଉଚିତ। ବ୍ୟାୟାମ କରିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ସଠିକ ରୂପେ ହୋଇଥାଏ। ଏହା ହୃଦ୍‌ରୋଗରୁ ଆପଣଙ୍କୁ ରକ୍ଷା କରିଥାଏ।

Comment