ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନ ପୁଣିଥରେ କୃଷି ପ୍ରସଙ୍ଗ ଉଠାଇଛନ୍ତି। ନିର୍ବାଚନ ପୂର୍ବରୁ ଧାନର ଏମଏସପି ୨୯୩୦ଟଙ୍କା କରିବାକୁ ସେ ଦାବି କରିଛନ୍ତି। ସରକାର ଚାଷ ଓ ଚାଷୀଙ୍କ ପାଇଁ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ନକଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ପିସିସି ସଭାପତି କହିଛନ୍ତି।

ନିର୍ବାଚନ ସମୟ ଆସିଲେ ଇସ୍ତାହାରରେ ଅନେକ କିଛି ପ୍ରତିଶ୍ରୁତି ସରକାର ଦେଇଥାନ୍ତି ମାତ୍ର ତାହା ପୂରଣ କରିବାରେ ରାଜ୍ୟ ସରକାର ଏଯାଏଁ ସଫଳ ହୋଇ ପାରିନାହାନ୍ତି। ଛତିଶଗଡଠୁ ରାଜ୍ୟସରକାର କିଛି ଶିଖନ୍ତୁ ବୋଲି ନିରଞ୍ଜନ କହିଛନ୍ତି।

ପୂର୍ବରୁ କଂଗ୍ରେସ କହିଛି ଯଦି ଶାସନକୁ ଆସେ ତେବେ କୃଷିଋଣ ଛାଡ କରାଯିବ ଏବଂ ଚାଷୀ ମାନଙ୍କୁ ସୁଧମୁକ୍ତ ଋଣ ଦିଆଯିବ।

Comment