ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିର ବ୍ୟସ୍ତବହୁଳ ଜୀବନଶୈଳୀରେ ଲୋକେ ନିଜ ସ୍ୱାସ୍ଥ୍ୟର ଯତ୍ନ ଠିକ୍‌ ସେ ନେଇ ପାରୁନାହାନ୍ତି। ଆଉ ଏଥିପାଇଁ ଲୋକମାନେ ପୂର୍ବ ଅପେକ୍ଷା ଅଧିକ ଯତ୍ନବାନ ବି ହେଉଛନ୍ତି। ଆଜି ଏମିତି ଏକ ଉପାୟ ଆମେ କହିବୁ ଯେଉଁଥିରୁ ଆପଣ ୧ମିନଟ୍‌ରେ ଜାଣିପାରିବେ ଆପଣଙ୍କୁ କ୍ୟାନସର୍, ହୃଦଘାତ ହୋଇଛି କି ନାହିଁ। ଏହା ସହିତ ଆପଣ ଜାଣିପାରିବେ ଯେ ଆପଣ ହାର୍ଟ କେତେ ସୁସ୍ଥ ଅଛି।

ନିକଟରେ ୟୁରୋପିୟନ୍‌ ସୋସାଇଟି ଅଫ୍ କାର୍ଡଓଲୋଜି ଦ୍ୱାରା କରାଯାଇଥିବା ଏକ ଷ୍ଟଡି ଅନୁସାରେ ଏମିତି କିଛି ଏକ୍ସସରସାଇଜ୍ ଅଛି ଯାହା ଦ୍ୱାରା ଆପଣ ଜାଣିପାରିବେ ଆପଣଙ୍କୁ କ୍ୟାନସର୍ ହୋଇଛି କି ନାହିଁ।

ଷ୍ଟଡି ଅନୁସାରେ ଆପଣ କେତେ ଜୋର ସିଡି ଚଢ଼ି ପାରୁଛନ୍ତି ସେଇଥିରୁ ହିଁ ଜଣାପଡିବ ଯେ ଆପଣ କେତେ ଦିନ ବଞ୍ଚିବେ, କେତେ ସୁସ୍ଥ ଅଛି ଆପଣଙ୍କ ହାର୍ଟ, ଆପଣ ଏହାକୁ ଟ୍ରେଡ ମିଲ୍‌ରେ ବି ପରୀକ୍ଷା କରିପାରିବେ। ଗୋଟିଏ ମିନଟରେ ଆପଣ ଯଦି ୩ରୁ ୪ମହଲା କୋଠାର ସିଡିକୁ ବିନା ଥକି ଚଢ଼ି ପାରୁଛନ୍ତି ତେବେ ଆପଣଙ୍କ ହାର୍ଟ ସମ୍ପୁର୍ଣ୍ଣ ସୁସ୍ଥ ଅଛି। ଯଦି ଆପଣ ଗୋଟିଏ ମହଲା ସିଡ଼ି ଚଢ଼ି ଥକି ଯାଉଛନ୍ତି ତେବେ ଆପଣଙ୍କ ହାର୍ଟ ସୁସ୍ଥ ନାହିଁ। ଏବାବଦରେ ଅଭିଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଏହା ସହିତ ଷ୍ଟଡିରୁ ଆହୁରି ଜଣାପଡ଼ିଛି ଯେ ଓଜନ କମାଇବା ଲାଗି କରାଯାଉଥିବା ଏକ୍ସସରସାଇଜ୍‌ରେ ବ୍ଲଡପ୍ରେସର ସାମାନ୍ୟ ରହିଥାଏ। ଶରୀରକୁ ଉପଯୁକ୍ତ ଶକ୍ତି ମଧ୍ୟ ଆସିଥାଏ। ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଯେଉଁଥିପାଇଁ ଆପଣଙ୍କୁ କ୍ୟାନସର୍‌ ହେବାର ଭୟ କମ୍‌ ଥାଏ।

Comment