ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାର ଶୁକ୍ରବାର କୃଷକଙ୍କ ପାଇଁ କାଳିଆ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଘୋଷଣା ହେବାକୁ ଗୋଟିଏ ଦିନ ନ ବିତୁଣୁ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ସରକାରଙ୍କ ଏହି ଯୋଜନାକୁ ବିରୋଧ କରିଛି ନବନିର୍ମାଣ କୃଷକ ସଂଗଠନ। ସଂଘ କହିଛି ଏହା ଏକ କଳାତ୍ମକ ଯୋଜନା। ସରକାର ତରବରିଆ ଭାବେ ଏହି ଯୋଜନା ଆରମ୍ଭ କରିଥିବା ସଂଘ ଅଭିଯୋଗ କରିଛି।
ନବନିର୍ମଣା କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର କହିଛନ୍ତି ,”ଚାଷୀଙ୍କ ପାଇଁ ଅନେକ ଯୋଜନା ଅଛି , ମାତ୍ର ସେଥିରେ ଟଙ୍କା ଖର୍ଚ୍ଚ ନକରି ପୁଣି କାହିଁକି ନୂଆ ଯୋଜନା ଆଣୁଛନ୍ତି। ଏ ସବୁ କିଛି ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଇଥିବା ଶ୍ରୀ କୁମାର କହିଛନ୍ତି। ”
କେବଳ ଏତିକି ନୁହଁ ଅନେକ ଗୁଡ଼ିଏ ପ୍ରଶ୍ନ ଉଠାଇଛନ୍ତି ନବନିର୍ମଣା କୃଷକ ସଂଗଠନର ଆବାହକ,” ଭାଗଚାଷୀ ମାନଙ୍କୁ କାହିଁକି ରାଜ୍ୟସରକାର ଚିହ୍ନଟ କରୁନାହାନ୍ତି। ବଜେଟଥିବା ଚାଷୀ ପାଇଁ ଯୋଜନାର ଲାଭ ଚାଷୀ ମାନେ ପାଇପାରୁନାହାନ୍ତି। ସରକାର ଚାପରେ ରହି କାଳିଆ ଯୋଜନା ଘୋଷଣା କରିଛନ୍ତି। ଚାଷୀଙ୍କ ପାଇଁ କୌଣସି ବୀମା ବ୍ୟବସ୍ଥା ନାହିଁ। ”


















