ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଣ୍ଡୋନେସିଆରେ ଶନିବାର ଆସିଥିବା ଭୟଙ୍କର ସୁନାମିରେ ମୃତ୍ୟୁ ସଂଖ୍ୟା ୩୭୩କୁ ପହଞ୍ଚିଛି।

ଇଣ୍ଡୋନେସିଆରେ ଆସିଥିବା ଭୟଙ୍କର ସୁନାମିରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏଯାବତ୍ ମୃତ୍ୟୁ ସଂଖ୍ୟା ୩୭୩ରେ ପହଞ୍ଚିଛି। ଏହି ପ୍ରଳୟଙ୍କାରୀ ସୁନାମୀରେ ୧ ହଜାରରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ୧୨୮ ଏବେବି ନିଖୋଜ ଅଛନ୍ତି।

ସୁନାମି ଯୋଗୁଁ ଅନେକ ଘରଦ୍ଵାର ଭାସି ଯାଇଥିଲାବେଳେ ମୃତ ଓ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଏହି ସଂଖ୍ୟା ଆଗକୁ ବଢ଼ିବ ବୋଲି ଆଶଙ୍କା କରାଯାଉଛି।

ସୁନାମି ଯୋଗୁଁ ସମୁଦ୍ରରୁ ୨୦ ମିଟର ଉଚ୍ଚର ଜୁଆର ସ୍ଥଳଭାଗ ଆଡ଼କୁ ମାଡ଼ି ଆସିଥିଲା। ଶନିବାର ରାତି ପ୍ରାୟ ସାଢ଼େ ୯ଟାରେ ଆସିଥିବା ସୁନାମିରେ ଜାଭାର ପଶ୍ଚିମାଞ୍ଚଳ, ସୁମାତ୍ରାର ଦକ୍ଷିଣ ଭାଗରେ ଅନେକ କ୍ଷୟକ୍ଷତି ଘଟିଛି। ସମୂଦ୍ର କୂଳରେ ମ୍ୟୁଜିକ କନସର୍ଟ ଚାଲିଥିଲାବେଳେ ଏହି ସୁନାମି ଆସିଥିଲା।

ଆଗ୍ନେୟ ଉଦ୍ଗୀରଣ ପ୍ରଭାବରେ ସମୁଦ୍ର ପୃଷ୍ଠ ଭାଗରେ ଭୂସ୍ଖଳନ ହେବାରୁ ଏହି ସୁନାମି ଆସିଥିବା କୁହାଯାଉଛି।

Comment