ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର ଇଣ୍ଡୋନେସିଆରେ ସୁନାମି ହେବା ଫଳରେ ମୃତ୍ୟୁ ସଂଖ୍ୟା ୩୮୪କୁ ବୃଦ୍ଧି ପାଇଛି।

ଉତ୍ତର ଇଣ୍ଡୋନେସିଆରେ ଶୁକ୍ରବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ପ୍ରଭାବରେ ସୁନାମି ଆସିବାରୁ ସମଗ୍ର ପାଲୁ ସହରରେ ଜଳର ତାଣ୍ଡବ ଦେଖିବାକୁ ମିଳିଥିଲା। ଏଥିଯୋଗୁଁ ପାଲୁ ସହରର ୯୫ ପ୍ରତିଶତ ଅଞ୍ଚଳ ଜଳବନ୍ଦୀ ହୋଇ ରହିଥିବା ଜଣାପଡ଼ିଛି।

ଏପର୍ଯ୍ୟନ୍ତ ପ୍ରାୟ ୪ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଇଛି।

କାରଣ ଏବେବି ଅନେକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସୁଲାୱେସି ଦ୍ୱୀପରେ ହୋଇଥିବା ସୁନାମିରେ ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସରକାରୀ ଭାବେ ଏପର୍ଯ୍ୟନ୍ତ ୩୮୪ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ସୁନାମିରେ ପ୍ରାୟ ୩ଲକ୍ଷ ୫୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି।

ଶୁକ୍ରବାର ମଧ୍ୟ ଇଣ୍ଡୋନେସିଆରେ ଆସିଥିବା ୨ଟି ଭୂକମ୍ପ ଯୋଗୁଁ ସମୁଦ୍ରରେ ପ୍ରାୟ ୫ ଫୁଟ ଉଚ୍ଚତାର ଜୁଆର ଆସିଥିଲା।

Comment