ଓଡ଼ିଶାଲାଇଭ୍ ବ୍ୟୁରୋ

  • ମୋରକ୍କୋରେ ୬.୮ ରିକ୍ଟର ସ୍କେଲର ବଡ଼ଧରଣର ଭୂମିକମ୍ପ
  • ୬୦୦ରୁ ଅଧିକ ଲୋକ ମୃତ, ୩୫୦ରୁ ଅଧିକ ଆହତ
  • ଉଦ୍ଧାରକାର୍ଯ୍ୟ ଜାରି, ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା

ପଶ୍ଚିମ ଆଫ୍ରିକୀୟ ଦେଶ ମୋରକ୍କୋରେ ଶୁକ୍ରବାର ରାତିରେ ହୋଇଛି ବଡ଼ଧରଣର ଭୂମିକମ୍ପ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରହିଥିଲା। ଏହି ଭୂମିକମ୍ପରେ ୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୩୫୦ରୁ ଅଧିକ ଆହତ ହୋଇଛନ୍ତି। ଭୂମିକମ୍ପ ଯୋଗୁଁ ଅନେକ କୋଠାଘର ଭୁଷୁଡ଼ି ଯାଇଛି। ଏଥିରେ ଅନେକଲୋକ ଫସି ରହିଥିବାର ସୂଚନା ମିଳିଛି।

ଭୂମିକମ୍ପର କେନ୍ଦ୍ରସ୍ଥଳ ମୋରକ୍କୋର ମରାକେସ ସହରରୁ ୭୫ କିଲୋମିଟର ଦକ୍ଷିଣ ପଶ୍ଚିମରେ ଥିବା ଆଟଲସ ପାର୍ବତ୍ୟାଞ୍ଚଳରେ ରହିଥିଲା। ଭୂମିରୁ ୧୮ କିଲୋମିଟର ତଳେ ଏହା ସଂଗଠିତ ହୋଇଥିଲା। ମୋରକ୍କୋର ଗୃହ ମନ୍ତ୍ରାଳୟର ସୂଚନା ଅନୁସାରେ ଭୂମିକମ୍ପ ଯୋଗୁଁ ଆଟଲସ ପାର୍ବତ୍ୟାଞ୍ଚଳ ନିକଟରେ ଥିବା ଗାଁଗୁଡ଼ିକରେ ଅଧିକ କ୍ଷୟକ୍ଷତି ହୋଇଛି।

ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ଝଟକା ମୋରକ୍କୋ ଛଡ଼ା ଉତ୍ତର ଆଫ୍ରିକାର ଅନ୍ୟ ଦେଶମାନଙ୍କରେ ମଧ୍ୟ ଅନୁଭୂତ ହୋଇଥିଲା। ଭୂମିକମ୍ପ ରାତି ସମୟରେ ହୋଇଥିବାରୁ ଅନେକ ଲୋକ ଘରଗୁଡ଼ିକରେ ଫସି ଯାଇଥିଲେ। ଫଳରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଏବେ ଉଦ୍ଧାରକାରୀ ଦଳ ଭାଙ୍ଗି ଯାଇଥିବା ଘରଗୁଡ଼ିକରୁ ଲୋକମାନଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି। ମୋରକ୍କୋର ସେନା ଓ ଅନ୍ୟ ବିପର୍ଜୟ ପରିଚାଳନା ସଂସ୍ଥା ଏହି ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଛନ୍ତି। ଉଦ୍ଧାରକାରୀ ଦଳ ଆହତ ଲୋକମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଉଛନ୍ତି। ସରକାର ବର୍ତ୍ତମାନ ପାଇଁ ଲୋକମାନଙ୍କୁ ଘରେ ନରହି ଖୋଲା ସ୍ଥାନରେ ରହିବାକୁ ପରାମର୍ଶ ଦେଇଛନ୍ତି।

Tags: #Morocco #Earthquake #Marrakesh #AtlasMountain #NaturalDisaster

LEAVE A REPLY

Please enter your comment!
Please enter your name here