ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଯୁବକଙ୍କ କାନ୍ଧରେ ଗୁଳି ବାଜିଛି। ଆହତ ଯୁବକ ଜଣକ ହେଲେ ସଞ୍ଜୟ ବେହେରା ଓରଫ ପାରା। ଯୁବକ ଜଣଙ୍କୁ ପ୍ରଥମେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପାରାଙ୍କ ଉପରେ ଗୁଳିମାଡ଼ ହୋଇଥିବାର ଜଣାପଡ଼ିଛି।

ପୋଲିସ ସୂଚନା ଅନୁଯାୟୀ, ସଞ୍ଜୟ ବେହେରା ସକାଳେ ନାକଚଣା ଦୁଆରକୁ ଯାଇଥିଲେ। ସେଠାରେ ତାଙ୍କୁ ପୂର୍ବରୁ କିଛି ଜଣ ଯୁବକ ଛକି ରହିଥିଲେ। ଏହାପରେ ସଞ୍ଜୟ ଆସିବା ପରେ ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ।

ପାରାଙ୍କ ନାଁରେ ପୂବରୁ ଅପରାଧିକ ମାମଲା ଥିବା ଜଣାପଡ଼ିଛି। ଘଟଣାସ୍ଥଳରେ କୁମ୍ଭାରପଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comment