ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଆଜି ବିଜେଡିର ପାଳନ କରୁଛି ୨୧ତମ ପ୍ରତିଷ୍ଠା ଦିବସ। ଭୁବନେଶ୍ୱରେ ଥିବା ଦଳୀୟ କାର୍ଯ୍ୟାଳୟରେ ଏହାକୁ ପାଳନ କରାଯିବ। ଦଳର ସୁପ୍ରିମୋ ନେତା ଓ କର୍ମୀ ମାନଙ୍କୁ କି ମନ୍ତ୍ର ଦେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଦଳର ସଫଳତା ସହ ଯେଉଁ ଯୋଜନା ସରକାର ଆଣିଛନ୍ତି ତାହା ଦ୍ୱାରା କେତେ ଲୋକ ଉପକୃତ ହୋଇଛନ୍ତି। ଏହା ସହିତ କେନ୍ଦ୍ରୀୟ ଅବହେଳାକୁ ମଧ୍ୟ ଦଳ ପ୍ରସଙ୍ଗ କରିବ। ଏହା ସହିତ ଜିଲ୍ଲା ଏବଂ ବ୍ଲକ ସ୍ତରରେ ମଧ୍ୟ ବିଜେଡି ତାର ପ୍ରତିଷ୍ଠା ଦିବସ ପାଳନ କରୁଛି। ଗତ ବର୍ଷ ବିଜେଡି ତାର ପ୍ରତିଷ୍ଠା ଦିବସ ପୁରୀରେ ପାଳନ କରିଥିଲା।
ରାଜ୍ୟ ସରକାରଙ୍କ ପକ୍କା ଘର ନିର୍ମାଣ, ଚାଷୀଙ୍କ ରୋଜଗାର ବୃଦ୍ଧି, ଖାଦ୍ୟ ସୁରକ୍ଷା ଯୋଜନା, ମମତା ଯୋଜନା ସହ ଆହୁରି ଅନେକ ଯୋଜନା ରହିଛି ଯାହା ବାବଦରେ ଲୋକମାନଙ୍କୁ ଅବଗତ କରାଯାଇପାରେ।
ସେପଟେ କଂଗ୍ରେସ ସାରା ରାଜ୍ୟରେ କଳାଦିବସ ପାଳନ କରିବା ନେଇ ନିଷ୍ପତ୍ତି ନେଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି,” ରାଜ୍ୟସରାକର ଏମିତି କିଛି ଯୋଜନା ଆଣିଛନ୍ତି ଯାହା ଦ୍ୱାରା ପଞ୍ଚାୟତ ସ୍ତରରେ କ୍ଷମତା ସଙ୍କୁଚିତ କରିବାକୁ ଉଦ୍ୟମ ହେଉଛି। ”
ଅନ୍ୟପଟେ ବିଜେପି ଯୁବ ମୋର୍ଚ୍ଚା ଆଜିଠାରୁ ଆରମ୍ଭ କରିବ “ ଜବାବ୍ ମାଗୁଛି ଓଡ଼ିଶା ଅଭିଯାନ। ” ଭିଡ଼ିଓ ଓ ଭଏସ ରେକଡିଂ ମାଧ୍ୟମରେ ଲୋକେ ଜବାବ ମାଗିବେ ବୋଲି କୁହାଯାଉଛି।