ଓଡ଼ିଶାଲାଇଭ୍‌ ବ୍ୟୁରୋ

Indian PM Narendra Modi

ନୂଆବର୍ଷରେ ମୋଦି ସରକାର ଗୋଟିଏ ପରେ ଗୋଟିଏ କରି ୬ଟି ବଡ଼ ଉପହାର ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିମଧ୍ୟରୁ ସବୁଠାରୁ ବଡ଼ ଉପହାର ୟୁନିଭର୍ସାଲ ବେସିକ୍ ଇନକମ୍ ବି ହୋଇପାରେ। ଏହା ଜରିଆରେ କୋଟିକୋଟି ଲୋକଙ୍କ ଖାତାରେ ଏକ ନିଶ୍ଚିତ ରାଶି ଜମା ହେବ। ଏମିତି କିଛି ନିଷ୍ପତ୍ତି ରହିଛି ଯାହା ଲାଗୁ ହେବା ଫଳରେ ଆପଣଙ୍କ ଟଙ୍କା ସଞ୍ଚୟ ବି ହୋଇ ପାରିବ। ଆସନ୍ତୁ ଜାଣିବା ମୋଦିଙ୍କ ଏହି ୬ଟି ଉପହାର ବିଷୟରେ।

ପ୍ରତ୍ୟେକ ଖାତାରେ ଜମା ହେବ ଟଙ୍କା

ନୂଆ ବର୍ଷରେ ମୋଦି ସରକାର ୟୁନିଭର୍ସାଲ ବେସିକ୍ ଇନ୍‌କମ୍‌ (ୟୁବିଆଇ) ସ୍କିମରେ ବଡ଼ ଉପହାର ଦେଇପାରନ୍ତି। ଏହି ସ୍କିମ୍‌ରେ ଚର୍ଚ୍ଚା ଦୀର୍ଘ ସମୟ ଧରି ଚାଲୁ ଆସିଥିଲା।

ମୋବାଇଲ୍ ଭଳି ରିଚାର୍ଜ ହେବ ବିଜୁଳି ବିଲ୍

ନୂଆବର୍ଷରୁ ମୋବାଇଲ୍ ବିଲ୍ ଭଳି ବିଜୁଳି ବି ରିଚାର୍ଜ କରି ହେବ। ମୋବାଇଲ୍ ଫୋନ୍ ଭଳି ଏଥିରେ ପ୍ରିପେଡ ବିଜୁଳି ରିଚାର୍ଜ କାର୍ଡ ଦିଆଯିବ। ଅର୍ଥାତ ଲୋକମାନେ ଯେତିକି ବିଜୁଳି ଖର୍ଚ୍ଚ କରିବେ ସେତିକି ପାଇଁ ହିଁ ଟଙ୍କା ଦେବେ।ବିଜୁଳି ବିଲ୍ ବୃଦ୍ଧି ନେଇ ଅଭିଯୋଗକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ୨୦୧୯ ଏପ୍ରିଲ ୧ରୁ ସମସ୍ତ ରାଜ୍ୟରେ ସ୍ମାର୍ଟ ପ୍ରିପେଡ ମିଟର ବାଧ୍ୟତାମୂଳକ କରିବାର ଯୋଜନା ଉପରେ କାମ ଜାରି ରହିଛି।

ଆଇଟି ରିଟର୍ଣ୍ଣ ଫର୍ମ ଭରିବା ସହଜ ହେବ: ସାଧାରଣତଃ ଆଇଟିଆର ଫର୍ମ ଭରିବା ପାଇଁ ଲୋକମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହି ଅସୁବିଧା ନୂଆ ବର୍ଷରୁ ଦୂର ହୋଇପାରିବ। କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ (ସିବିଡିଟି)ର ଅଧ୍ୟକ୍ଷ ସୁଶୀଲ ଚନ୍ଦ୍ର ଏହି ସଙ୍କେତ ଦେଇ କହିଛନ୍ତି, ଟ୍ୟାକ୍ସ ରିଟର୍ନ ଫାଇଲ୍ କରୁଥିବା ଲୋକଙ୍କୁ ଖୁବ୍ ଶୀଘ୍ର ପୂର୍ବରୁ ଭରିଥିବା ଆଇଟିଆର ଫର୍ମ ମିଳିବ। ଏଥିରେ ରିଟର୍ନ ଫାଇଲ୍ କରିବା ପ୍ରକ୍ରିୟା ସହଜ ହୋଇଯିବ।

ଫସିଥିବା ଟଙ୍କା ସହଜରେ ମିଳିପାରିବ

ଏମିତି କେତେକ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଅନ୍‌ଲାଇନ୍ ଟ୍ରାନ୍‌ଜାକ୍‌ସନ୍‌ ସମୟରେ ଟଙ୍କା ଫସି ଯାଇଥାଏ କିମ୍ବା ଟ୍ରାନ୍‌ଜାକ୍‌ସନ୍‌ ଅସୁବିଧା ହୋଇଥାଏ। ଏହି ଅସୁବିଧାକୁ ଦୂର କରିବା ପାଇଁ ରିଜର୍ଭ ବ୍ୟାଙ୍କ୍ ନୂଆ ବର୍ଷରୁ ଡିଜିଟାଲ ଟ୍ରାନ୍‌ଜାକ୍‌ସନ୍‌ ଓମ୍ବଡ୍ସମ୍ୟାନ୍‌ରେ ଆରମ୍ଭ କରିବାକୁ ଯାଉଛନ୍ତି।

ଘର କିଣିବା ସ୍ୱପ୍ନ ପୂରା ହେବ

ନୂଆ ବର୍ଷରୁ ଘର କିଣିବା ପୂର୍ବ ଅପେକ୍ଷା ଶସ୍ତା ହୋଇପାରେ। ଆଗାମୀ ମାସରେ ହେବାକୁ ଥିବା ନିର୍ମାଣଧୀନ ଘର ଓ କମ୍ପ୍‌ଲିସନ୍ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବାର ପ୍ରମାଣପତ୍ରର ଅପେକ୍ଷାରେ ପ୍ରସ୍ତୁତ ଥିବା ଫ୍ଲାଟ ଉପରୁ ଜିଏସଟିକୁ ହ୍ରାସ କରି ପାଞ୍ଚ ପ୍ରତିଶତ ରଖାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here