ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ଶୁକ୍ରବାର ୧୩୪ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ନେତା, କର୍ମୀମାନେ ଏହି ଦିବସକୁ ପାଳନ କରୁଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କଂଗ୍ରେସର ପ୍ରତିଷ୍ଠା ଦିବସ ଉପଲକ୍ଷେ ଦିଲୀସ୍ଥିତ ପାର୍ଟି ଅଫିସରେ ପତାକା ଉତ୍ତୋଳନ କରିଛନ୍ତି। ଏହି ବିଶେଷ ମୁହୂର୍ତ୍ତରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଦଳର ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ।

କଂଗ୍ରେସ ଦଳର ସ୍ଥାପନା ବା ପ୍ରତିଷ୍ଠା ବ୍ରିଟିଶ ଶାସନକାଳରୁ ହୋଇଥିଲା। ୧୮୮୫ ମସିହାରେ ଏହି ଦଳ ଗଠନ ହୋଇଥିଲା। ଦେଶ ସ୍ଵାଧିନ ହେବାପରେ କଂଗ୍ରେସ ଦେଶର ପ୍ରଥମ ବଡ଼ ରାଜନୈତିକ ଦଳ ହୋଇଥିଲା।

ତେବେ ଜାତୀୟ ରାଜନୀତିରେ କଂଗ୍ରେସର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କଂଗ୍ରେସ ପକ୍ଷରୁ ୭ ଜଣ ପ୍ରଧାନମନ୍ତ୍ରୀ ହୋଇଛନ୍ତି। କଂଗ୍ରେସ ପକ୍ଷରୁ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ହୋଇଥିଲେ। ଶେଷରେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ରହିଥିଲେ। ତେବେ ଆଗକୁ ମଧ୍ୟ କଂଗ୍ରେସ ପକ୍ଷରୁ କେହି ଦେଶର ପ୍ରଧାନମନ୍ତ୍ରୀ ହେବେ ସେନେଇ ଆଶବାଦୀ ରହିଛି କଂଗ୍ରେସ।

 

LEAVE A REPLY

Please enter your comment!
Please enter your name here