ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଆରମ୍ଭ ହେବାକୁ ଯାଉଛି ସଙ୍ଗୀତ, ନୃତ୍ୟ ଏବଂ ଆଧ୍ୟାତ୍ମିକ ସାହିତ୍ୟର ସମାବେଶ ଅଲୌକିକ କଳିଙ୍ଗ ମହୋତ୍ସବ
  • କବି, ଲେଖକ, କଳାକାର, ସଙ୍ଗୀତକାର, ନୃତ୍ୟ ଜଗତ ସହ ଜଡ଼ିତ ୧୦୦ ରୁ ଊର୍ଦ୍ଧ ଶିଳ୍ପୀ ଏଥିରେ ଯୋଗଦେବେ
  • କବିର, ତୁଳସୀଦାସ, ରବିଦାସ, ଆଦି ଶଙ୍କର, ଜୟଦେବ, ତୁକାରାମ, ମୀରା ବାଈ, ସାଲବେଗ, ଅଭିରାମି ଭଟ୍ଟରଙ୍କ ଦିବ୍ୟ ରଚନାବଳୀ ଉପରେ ହେବ ଆଲୋଚନା

ଜାନୁଆରୀ ୫ରୁ ଆରମ୍ଭ ହେବାକୁ ଯାଉଛି ଅଲୌକିକ କଳିଙ୍ଗ ମହୋତ୍ସବ ବା ମିଷ୍ଟିକ୍‌ କଳିଙ୍ଗ ଫେଷ୍ଟିଭାଲ। ଏହି ମହୋତ୍ସବ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ ଚିଲିକାରେ ଆୟୋଜିତ ହେବ। ଚଳିତବର୍ଷ ଏହି ଉତ୍ସବର ଥିମ ରହିଛି “ଫ୍ରମ୍‌ ଦ କାରନାଲ ଟୁ ଦ କସମିକ: ଏ ସେଲିବ୍ରେସନ୍‌ ଅଫ ଭକ୍ତି ପୋଏଟ୍ରି”।

ଏହି ୩ ଦିନିଆ ମହୋତ୍ସବରେ ଶତାଧିକ କବି, ଲେଖକ ଏବଂ କଳାକାର ଯୋଗଦେବେ। ଲେଖକ ହିନ୍ଦୀ କବି ଏବଂ ସମୀକ୍ଷକ ଅଶୋକ ବାଜପେୟୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେବେ। ଓଡ଼ିଶାର କିମ୍ବଦନ୍ତୀ ସୀତାକାନ୍ତ ମହାପାତ୍ର, ରମାକାନ୍ତ ରଥ, ଶ୍ରୀମତି ପ୍ରତିଭା ରାୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେବେ।

ମିଷ୍ଟିକ୍ କଳିଙ୍ଗର କ୍ରିଏଟିଭ ନିର୍ଦ୍ଦେଶକ ଅରୁନ୍ଧତୀ ସୁବ୍ରମଣ୍ୟମ କହିଛନ୍ତି, “ଏହି ଉତ୍ସବରେ ଆମକୁ ବିଭିନ୍ନ ପ୍ରକାର କୌଶଳ ଓ ଶୈଳୀ ଦେଖିବାର ସୁଯୋଗ ମିଳିବ। କବି, ଲେଖକ, କାହାଣୀକାର ଏବଂ ସଙ୍ଗୀତକାର ଏହି କାର୍ଯ୍ୟକ୍ରମର ଏକ ଅଭିନ୍ନ ଅଙ୍ଗ ରହିଛନ୍ତି। କୌଣସି ପ୍ରକାର ଆଲୋଚନା କେବଳ ଯେ, କଥାବାର୍ତ୍ତା ମାଧ୍ୟମରେ ହୋଇପାରିବ ତାହାନୁହେଁ ଏହା ଆନ୍ଦୋଳନ, ସଙ୍ଗୀତ ଆସର, ସଙ୍ଗୀତ ଏବଂ ମୌନତା ମାଧ୍ୟମରେ ମଧ୍ୟ ହୋଇପାରିବ। କିଛି ଲୋକପ୍ରିୟ କଳାକାର, ସାଧକ ଏବଂ ବିଦ୍ୱାନମାନଙ୍କ ଦ୍ୱାରା କବିତାପାଠ, ବ୍ୟାଖ୍ୟାନ, ସଙ୍ଗୀତ ପରିବେଷଣ, ଆଲୋଚନା ଏବଂ ନୃତ୍ୟ ପ୍ରଦର୍ଶନ ଆଦି ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ରହିବ।”

ଅଲୌକିକ କଳିଙ୍ଗ ମହୋତ୍ସବର ପ୍ରତିଷ୍ଠାତା ଏବଂ ସଭାପତି ଶ୍ରୀ ରଶ୍ମିରଞ୍ଜନ ପରିଡ଼ା ସାହିତ୍ୟ, ବିଶେଷ ଭାବେ ପୌରାଣିକ କଥାବସ୍ତୁ, ସଙ୍ଗୀତ, ନୃତ୍ୟ ଏବଂ ଆଧ୍ୟାତ୍ମିକ ସାହିତ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତାକୁ ଗୁରୁତ୍ୱ ଦେଇଛନ୍ତି।

କଳିଙ୍ଗ ସାହିତ୍ୟ ଉତ୍ସବର ସଂସ୍ଥାପକ ତଥା ନିର୍ଦ୍ଦେଶକ ରଶ୍ମି ରଞ୍ଜନ ପରିଡ଼ା କହିଛନ୍ତି, “ସାହିତ୍ୟର ଏହି କ୍ଷମତାକୁ ଅଧିକ ପରିପୃଷ୍ଠ କରିବା ପାଇଁ କଳିଙ୍ଗ ସାହିତ୍ୟ ମହୋତ୍ସବ ପ୍ରଥମ କରି ୨୦୧୪ ମସିହାରେ ଆରମ୍ଭ କରାଯାଇଥିଲା। କବିତା ଏବଂ ପ୍ରଦର୍ଶନର ଏକ ଉକୃଷ୍ଟ ମାଧ୍ୟମ ଅଲୌକିକ କଳିଙ୍ଗ ମହୋତ୍ସବ ହେଉଛି ଏକ ଅନ୍ତର୍ଜାତୀୟ ମହୋତ୍ସବ ଯେଉଁଠି କବିତା, ସଙ୍ଗୀତ, ନୃତ୍ୟ, ପ୍ରଦର୍ଶନୀ ଏବଂ ଧ୍ୟାନ ମାଧ୍ୟମରେ ଲୋକମାନଙ୍କ ହୃଦୟକୁ ସଂଯୋଗ କରିବାର ଆବଶ୍ୟକତା ରହିଛି।”

ଏହି ମହୋତ୍ସବରେ ସିନେମା ନିର୍ମାତା ଗାୟକ ତଥା ଶବନମ ଭିରମାନି ମଧ୍ୟ ସାମିଲ ହେବେ।

ଓଡ଼ିଶାର ୩ ଜଣ ଲେଖକ, କବି ଏବଂ କଳାକାରମାନଙ୍କୁ ସେମାନଙ୍କ କୃତୀ ପାଇଁ ସମ୍ମାନିତ କରିବା ନିମନ୍ତେ ଏହି ଅଲୌକିକ କଳିଙ୍ଗର ସ୍ଥାପନା କରାଯାଇଛି। ପୁରସ୍କାର ବିଜେତାମାନଙ୍କୁ ସେମାନଙ୍କ ଭାଷା ଏବଂ ଶୈଳୀ ପ୍ରତି ଥିବା ଯୋଗଦାନକୁ ଧ୍ୟାନରେ ରଖି ଚୟନ କରାଯାଇଛି। ଅଲୌକିକ କଳିଙ୍ଗ ମହୋତ୍ସବର ଉଦ୍‌ଯାପନୀ ଦିବସରେ ଏହି ପୁରସ୍କାର ଘୋଷଣା କରାଯିବ।

Comment