ଓଡ଼ିଶାଲାଇଭ୍ ବ୍ୟୁରୋ

ମେଘାଳୟରେ ଏକ କୋଇଲା ଖଣିରେ ଫସିରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ  ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ଅପରେସନ।

ମେଘାଳୟର କୋଇଲା ଖଣିରେ ୧୭ଦିନ ହେଲା ଫସି ରହିଛନ୍ତି ଶ୍ରମିକ। ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଯାଇଛି ଅପରେସନ। ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଛନ୍ତି ନୌସେନା ଓ ବାୟୁସେନା ଟିମ୍‌।

ଓଡ଼ିଶାରୁ ଯାଇଥିବା ସ୍ଵତନ୍ତ୍ର ୨୧ଜଣିଆ ଟିମ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏହି ଉଦ୍ଧାର କାର୍ଯ୍ୟରେ ସ୍ଵତନ୍ତ୍ର ତାଲିମ ପ୍ରାପ୍ତ ସଦସ୍ୟ ସାମିଲ ହୋଇଛନ୍ତି।

ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀଙ୍କ ନେତୃତ୍ଵରେ ମେଘାଳୟ ଗସ୍ତରେ ଯାଇଛି ଓଡ଼ିଶା ଟିମ୍‌। ଟିମ୍‌ରେ ୨୧ଜଣ ଅଗ୍ନିଶମ କର୍ମଚାରୀ ରହିଛନ୍ତି ।

ଡିସେମ୍ବର ୧୩ରେ ମେଘାଳୟ ଶିଲଙ୍ଗସ୍ଥିତ ଲାୟଟେଇନ ନଦୀ କୂଳରେ ଥିବା ଏକ ଛୋଟ କୋଇଲା ଖଣିରେ ଏହି ଅଘଟଣ ଘଟିଥିଲା। ଖଣିରେ କୋଇଲା ଉତ୍ତୋଳନ ସମୟରେ ଅଚାନକ ଖଣିରେ ପାଣି ପଶିଯିବାରୁ ଶ୍ରମିକମାନେ ଖଣି ଭିତରେ ଫସି ରହିଥିଲେ। ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ଉଦ୍ଧାରକାରୀ ଟିମ୍ ଫସିରହିଥିବା ଶ୍ରମିକ ମାନଙ୍କୁ ବାହାର କରିବାରେ ସଫଳ ହୋଇନାହିଁ।

Comment