ଓଡ଼ିଶାଲାଇଭ୍ ବ୍ୟୁରୋ
ବିଳମ୍ବିତ ରାତି ପର୍ଯ୍ୟନ୍ତ ମହପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ।
ଶ୍ରୀମନ୍ଦିରରେ ଶୁକ୍ରବାର ବିଳମ୍ବିତ ରାତିଯାଏଁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶୁକ୍ରବାର ଶ୍ରୀମନ୍ଦିର ଦିନତମାମ ବନ୍ଦ ରହିଥିଲା। ଫଳରେ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଥିଲା। ଦୀର୍ଘ ୧୨ଘଣ୍ଟାପରେ ବିଳମ୍ବିତ ରାତିରେ ଦ୍ଵାର ଖୋଲିବାପରେ ଶ୍ରଦ୍ଧାଳୁ ପ୍ରଭୁଙ୍କୁ ଦର୍ଶନ କରିଥଲେ। ପ୍ରାୟ ସାଢ଼େ ୩ଟା ଯାଏଁ ଭକ୍ତମାନେ ପ୍ରଭୁଙ୍କୁ ଦର୍ଶନ କରିଥିଲେ।
ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବରେ ହୋଇଥିବାରୁ ବିଳମ୍ବିତ ରାତିଯାଏଁ ଦର୍ଶନ ଚାଲିବ ବୋଲି କହିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହପାତ୍ର।
ପୋଲିସ ଏବଂ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଶୁକ୍ରବାର ଶ୍ରୀମନ୍ଦିରର ଭିତର କବାଟ ଖୋଲି ନଥିଲା। ମହାପ୍ରଭୁଙ୍କ ନୀତିକାନ୍ତି ହୋଇପାରି ନଥିଲା। ସିଂହଦ୍ୱାର ସମ୍ମୁଖରେ ହଜାର ହଜାର ଭକ୍ତ ଦର୍ଶନ ପାଇଁ ଛିଡ଼ା ହୋଇ ରହିଥିଲେ। ପୋଲିସ ଏବଂ ଭକ୍ତଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା।