ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆବର୍ଷରେ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ବଢ଼ିବାର ସମ୍ଭାବନା ରହିଛି। ଭକ୍ତଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ଲାଗି ପୁରୀ ପୋଲିସ ପକ୍ଷରୁ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସହରର ଭିଭିନ୍ନ ଛକରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି। ଏ ନେଇ ପୁରୀ ଏସପି ବିନିତ ଅଗ୍ରଓ୍ଵାଲ ସୂଚନା ଦେଇଛନ୍ତି।

ଡିସେମ୍ବର ୩୧ ତାରିଖ ଏବଂ ଜାନୁଆରି ୧ ତାରିଖ ନୂଆବର୍ଷରେ ବଡ଼ଠାକୁରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିବ। ପୁରୀରେ ଭିଡ଼ ଆଶଙ୍କା ଥିବାରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବିଶେଷ ଧ୍ୟାନ ଦିଆଯାଇଛି। ସୁରକ୍ଷା ପାଇଁ ପୁରୀରେ ନିୟୋଜିତ ହେବେ ୬୦ ପ୍ଲାଟୁନ ଫୋର୍ସ।

ଏହି ସମୟ ମଧ୍ୟରେ ପୁରୀର ମୁଖ୍ୟ ପ୍ରବେଶ ପଥରେ ଚେକିଂକୁ କଡ଼ାକଡ଼ି କରାଯିବା। ଭୁବନେଶ୍ଵର ପଟୁ ଆସୁଥିବା ଚାରିଚକିଆ ଯାନ ଜେଲ ରୋଡ ପାର୍କିଂରେ ରହିବ। ସେହିପରି କୋଣାର୍କରୁ ଆସୁଥିବା ଚାରିଚକିଆ ଯାନ ତାଳବଣିଆ ପାର୍କିଂରେ ରହିବ ଓ ବ୍ରହ୍ମଗିରିରୁ ଆସୁଥିବା ଚାରିଚକିଆ ଯାନ ଷ୍ଟର୍ଲିନ କିମ୍ବା ଯାତ୍ରୀକା ପାର୍କିଂରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି।

ଏହା ସହ ମେଡିକାଂ ଛକଠାରୁ ଶ୍ରୀମନ୍ଦିର ଏବଂ ବେଳାଭୂମି ପର୍ଯ୍ୟନ୍ତ କୌଣସି ଚାରିଚକିଆ ଯାନ ଯାତାୟତ ପାଇଁ ଅନୁମତି ମିଳିବ ନାହିଁ। ମାର୍କେଟ ଛକଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ନୋ ଭେହିକଲ ଜୋନ କରାଯିବ।

ପୁରୀ ବେଳାଭୂମି ପର୍ଯ୍ୟନ୍ତ ଲାଇଫଗାର୍ଡ ମୁତୟନ ହେବା ସହ ଜିରୋ ନାଇଟ୍ ସେଲେବ୍ରେସନ ବେଳେ ପେଟ୍ରୋଲିଂକୁ କଡ଼ାକଡ଼ି କରାଯିବ। ମଦ୍ୟପ ଡ୍ରାଇଭରଙ୍କ ଉପରେ କଡ଼ା ନଜର ରଖାଯିବ ବୋଲି ଏସପି କହିଛନ୍ତି।

Tags: #NewYearCelebration #SecurityArrangement #PuriPolice #ShreeMandir #Puri

LEAVE A REPLY

Please enter your comment!
Please enter your name here