ଓଡ଼ିଶାଲାଇଭ୍‌ ବ୍ୟୁରୋ

୨ଲକ୍ଷ ୬୬ ହଜାରରୁ ଅଧିକ ଭୋଟରେ ଜିତି ବାଂଲାଦେଶ କ୍ରିକେଟ କ୍ୟାପ୍‌ଟେନ ମୁଶରେଫ୍‌ ମୁର୍ତଜା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।

ବାଂଲାଦେଶ କ୍ରିକେଟ ଟିମ୍‌ର ଷ୍ଟାର ଅଲରାଉଣ୍ଡର ମୁଶରେଫ୍‌ ମୁର୍ତଜା ରାଜନୈତିକ କ୍ୟାରିଅର ଆରମ୍ଭ କରିବା ସହ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ସେ ବାଂଲାଦେଶର ୧୧ତମ ସଂସଦୀୟ ନିର୍ବାଚନରେ ନରୈଲ ସଟରୁ ବହୁମତ ସହ ବିଜୟ ହାସଲ କରିଛନ୍ତି। ଶାସକ ଦଳ ଆୱାମି ଲିଗ୍‌ ପକ୍ଷରୁ ସେ ନିର୍ବାଚନ ଲଢ଼ୁଥିଲେ।

ଏହି ନିର୍ବାଚନରେ ମୁଶରେଫ୍‌ ମୁର୍ତଜାଙ୍କୁ୨ ଲକ୍ଷ ୭୪ ହଜାର ୪୧୮ ଭୋଟ ମିଳିଛି। ବିପକ୍ଷ ଦଳକୁ ୨ଲକ୍ଷ ୬୬ ହଜାରରୁ ଅଧିକ ଭୋଟରେ ହରାଇ ବହୁମତ ସହ ବିଜୟୀ ହୋଇଛନ୍ତି ସେ।

ସାଂସଦ ହେବାରେ ମୁର୍ତଜା ହେଉଛନ୍ତି ବାଂଲାଦେଶର ଦ୍ୱିତୀୟ କ୍ରିକେଟ କ୍ୟାପ୍‌ଟେନ। ଏହା ପୂର୍ବରୁ ଅଧିନାୟକ ନୈମୁର ରେହମାନ  ଦୁର୍ଜାୟ ମଧ୍ୟ ସାଂସଦ ହୋଇସାରିଛନ୍ତି।

ଅନ୍ୟ ପକ୍ଷରେ ଆୱାମି ଲିଗ୍‌ର ପ୍ରଧାନମନ୍ତ୍ରୀ ପାର୍ଥୀ ଶେଖ୍‌ ହାସିନା ତୃତୀୟ ଥର ବିଜୟ ହାସଲ କରିଛନ୍ତି। ରାଜନୀତିକୁ ଆସବାରେ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଶରେଫ୍‌ ମୁର୍ତଜା।

Comment