ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ନବବର୍ଷ। ବିଦାୟ ନେଇଛି ୨୦୧୮। ସାରା ଦେଶ ଏବେ ନୂଆବର୍ଷକୁ ନେଇ ସେଲିବ୍ରେସନ୍‌ ମୁଡ୍‌ରେ ରହିଛି। ଦେଶବାସୀ ପରସ୍ପରକୁ ‘ହାପି ନ୍ୟୁ ଇୟର’ କହି ଶୁଭେଚ୍ଛା ଜଣାଉଥିବା ବେଳେ ଅନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବାଲୁକା କଳା ମାଧ୍ୟମରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପରିବେଶ ସୁରକ୍ଷା ବାର୍ତ୍ତା ନେଇ ବାଲୁକା କଳା ତିଆରି କରିଛନ୍ତି। ସେ ନିଜ ବାଲୁକା କଳାରେ ‘ହାପି ନ୍ୟୁ ଇୟର୨୦୧୯’ , ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି କରି ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି।

Comment