ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଧ୍ୟପ୍ରଦେଶରେ କଂଗ୍ରେସ ଗତ ନିର୍ବାଚନରେ ବିଜେପିକୁ ହରାଇ ଶାସନକୁ ଆସିଛି। ମଧ୍ୟପ୍ରଦେଶରେ ଏବେ କମଲନାଥଙ୍କ ସରକାର ଚାଲିଛି। ଗତ ୧୩ବର୍ଷ ଧରି ରାଜ୍ୟରେ ଯେଉଁ ପରମ୍ପରା ରହିଆସିଥିଲା ତାହା ଉପରେ ରୋକ ଲଗାଯାଇଛି। ମାସର ପ୍ରଥମ ତାରିଖରେ ସଚିବାଳୟରେ ସମସ୍ତେ ବନ୍ଦେ ମାତରମ କହୁଥିଲେ। ମାତ୍ର ୨୦୧୯ ଜାନୁଆରୀ ୧ରୁ ଏହି ନିୟମ ଉପରେ ରୋକ ଲାଗିଛି। ଅର୍ଥାତ ଏହା କୁହାଯାଉନାହିଁ। ସଚିବାଳୟରେ ‘ବନ୍ଦେ ମାତରମ୍‌’ କୁହାନଯିବାକୁ ନେଇ ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ କମଲନାଥ ସାମ୍ନା-ସାମ୍ନି ହୋଇଛନ୍ତି।

ଶିବରାଜ କମଲନାଥଙ୍କୁ ଏ ନେଇ ଟାର୍ଗେଟ କରିଛନ୍ତି। ଏହା ପରେ କମଲନାଥ କହିଛନ୍ତି,” ମାସର ପ୍ରଥମ ଦିନ ‘ବନ୍ଦେ ମାତରମ୍‌’ କହିବାର ଯେଉଁ ପରମ୍ପରା ଥିଲା ତାହାକୁ କିଛିଦିନ ଲାଗି ବନ୍ଦ କରାଯାଇଛି। ଏହା ଏକ ନୂଆ ରୂପରେ ଲାଗୁ କରାଯିବ। ଏହା କୌଣସି ଏଜେଣ୍ଡା ସ୍ୱରୂପ ନିଆଯାଇନାହିଁ। ଆମେ ‘ବନ୍ଦେ ମାତରମ୍‌’ ଗୀତକୁ ବି ବିରୋଧ କରୁନାହୁଁ।”

ସେପଟେ ଶିବରାଜ କହିଛନ୍ତି ବନ୍ଦେ ମାତରମ୍‌ ଜାତୀୟ ସଙ୍ଗୀତର ପ୍ରତୀକ । କଂଗ୍ରେସ ଏହାକୁ ପାଳନ କରିବା ଉଚିତ। ଯେଉଁ ପରମ୍ପରା ୧୩ବର୍ଷ ଧରି ରହିଆସିଥିଲା ତାହାକୁ ବନ୍ଦ କରିବା ଠିକ ନୁହଁ।

Comment