ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଖାପାଖି ୧୪ ବର୍ଷ ଧରି କୋମାରେ ଥିବା ମହିଳା ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଘଟଣାକୁ ନେଇ ପୋଲିସ ଯୌନ ଶୋଷଣ ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି। ପ୍ରଶ୍ନ ଉଠୁଛି ମହିଳା ଯେଭଳି ଅବସ୍ଥାରେ ଅଛନ୍ତି ସେ କିଭଳି ଶାରିରୀକ ସମ୍ପର୍କ ରଖିବାକୁ ଅନୁମତି ଦେଇଥିବେ?

ଘଟଣାଟି ଆମେରିକାର ଏରିଜୋନା ଅଞ୍ଚଳରେ ଘଟିଛି। ମହିଳାଙ୍କ ଡେଲିଭରୀ ପୂର୍ବରୁ ହସ୍ପିଟାଲ ଷ୍ଟାଫ୍ ମଧ୍ୟ ଗର୍ଭବତୀ ଥିବା ଜାଣିନଥିଲେ। ଏବେ ପିଲାର ବାପା କିଏ ତାର ସନ୍ଧାନରେ ଲାଗିଛି ପୋଲିସ।

ପାଖାପାଖି ୧୪ ବର୍ଷ ତଳେ ମହିଳା ଜଣଙ୍କ ପାଣିରେ ବୁଡ଼ିଯିବା ପରେ କୋମା ଅବସ୍ଥାକୁ ଚାଲି ଆସିଥିଲେ। ରିପୋର୍ଟ ଅନୁସାରେ ମହିଳା ଜଣଙ୍କ ଶିଶୁକୁ ଜନ୍ମଦେବା ପରେ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି। ୨୪ ଘଣ୍ଟିଆ ଚିକିତ୍ସା ସୁବିଧା ମହିଳାଙ୍କୁ ଯୋଗାଇ ଦିଆଯାଉଛି।

ହସ୍ପିଟାଲରେ ମହିଳାଙ୍କ ଉପରେ କଡ଼ା ନଜର ରଖାଯାଇଛି। ମହିଳାଙ୍କୁ ଦେଖିବା ପାଇଁ ମେଡ଼ିକାଲରେ ପ୍ରବଳ ଭିଡ଼ ଲାଗୁଛି। ମେଡିକାଲ କର୍ତ୍ତୃପକ୍ଷ ମହିଳାଙ୍କ ସମ୍ପର୍କରେ କିଛି କହିବାକୁ ମନା କରିଦେଇଛନ୍ତି।

Comment