ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଜାନୁଆରୀ ୨୫ରେ ଓଡ଼ିଶା ଆସିବେ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେହି ଦିନ ରାହୁଲ ଏକ ସାଧାରଣ ସଭା ଓ ଦଳୀୟ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ପସିସି ସଭାପତି ସୂଚିତ କରିଛନ୍ତି।

୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ରାହୁଲ ଓଡ଼ିଶା ଗସ୍ତରେ ଆସୁଛନ୍ତି। କଂଗ୍ରେସ ଅଧ୍ୟକ୍ଷ ହେବା ପରେ ରାହୁଲଙ୍କର ଏହା ହେବ ପ୍ରଥମ ଓଡ଼ିଶା ଗସ୍ତ। ରାହୁଲ ଓଡ଼ିଶା ଗସ୍ତରେ ଆସୁଥିବା ଖବର ଜଣାପଡ଼ିବା ପରେ ଦଳୀୟ କର୍ମୀଙ୍କ ମନରେ ଉତ୍ସାହ ଭରି ଯାଇଛି।

୨୦୦୦ ମସିହାଠାରୁ କଂଗ୍ରେସ ଓଡ଼ିଶାରେ କ୍ଷମତାରେ ନାହିଁ। ୧୮ ବର୍ଷ ହେଲା କଂଗ୍ରେସ ବିରୋଧୀ ଦଳ ଆସନରେ ରହି ଆସିଛି। ୨୦୧୯ରେ ଓଡ଼ିଶାରେ ପୁଣି କଂଗ୍ରେସକୁ କ୍ଷମତାକୁ ଆଣିବା ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛି।

ରାହୁଲଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେଡି ପ୍ରତିକ୍ରିୟା ରଖିଛନ୍ତି, “ରାହୁଲଙ୍କ ଓଡ଼ିଶା ଗସ୍ତ ରାଜ୍ୟ କିମ୍ବା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। କଂଗ୍ରେସ ଶାସନରେ ଥିବାବେଳ ବି ମିଥ୍ୟ ପ୍ରତିଶ୍ରୁତି ଦେଇ ଆସିଛନ୍ତି। ସେ ଓଡ଼ିଶା ଆସିଛନ୍ତି କେବଳ ନିଜର ପ୍ରଚାର ଏବଂ ପ୍ରସାର ଲାଗି।”

ଅନ୍ୟପଟେ ବିଜେପି ମଧ୍ୟ ସମାନ ପ୍ରତିକ୍ରିୟା ରଖିଛି ଯେ ରାହୁଲଙ୍କ ବିଜେପି ଗସ୍ତ ରାଜ୍ୟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

Comment