ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଦିଲ୍ଲୀରେ ହେଉଥିବା କୃଷକ ସମାବେଶରେ ବିଜେଡିର ସମସ୍ତ ନେତା କର୍ମୀ ବିଧାୟକ ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହୋଇଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ସହିତ ଅନ୍ୟାନ୍ୟ ଦାବି ଉଠାଇଛି ବିଜେଡି। ଓଡ଼ିଶାର ଦାବି ପ୍ରତି କେନ୍ଦ୍ର ସହାନୁଭୂତି ଦେଖାଉନଥିବା କହିଛି ବିଜେଡି। ଏହା ସହିତ କେନ୍ଦ୍ର ବିରୋଧରେ ବି ବର୍ଷିଛନ୍ତି ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ସେପଟେ ରାଜ୍ୟ ବିଜେପି ପକ୍ଷରୁ ଏହାକୁ ନେଇ ସଚିବାଳୟ ଘେରାଉ କରାଯାଇଛି। ଏହା ସହିତ ରାଜଧାନୀରେ ବିଜେପି ପକ୍ଷରୁ ବିକ୍ଷୋଭ ମଧ୍ୟ କରାଯାଇଛି। ତେବେ ଶୋଭାଯାତ୍ରାରେ ସଚିବାଳୟ ଯିବା ରାସ୍ତାରେ ବିଜେପି କର୍ମୀଙ୍କୁ ଅଟକାଇଥିଲା ପୋଲିସ। ଧସ୍ତାଧସ୍ତି ପରି ପରିସ୍ଥିତି ବି ଉପୁଜିଥିଲା।
ବିଜେପିର ଏହି ବିକ୍ଷୋଭରେ ଶହ ଶହ ସଂଖ୍ୟାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଚାଷୀ ସାମିଲ ହୋଇଛନ୍ତି। ଏହା ସହିତ ଭୁବନେଶ୍ୱରରେ ଜବାବ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ମଧ୍ୟ କରୁଛି ବିଜେପି। ରାଜ୍ୟ ବିରୋଧରେ ନାରାବାଜି ସହ ଚାଷୀଙ୍କ ସହ ବିଜେପି କର୍ମୀମାନେ ସଚିବାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।



















