ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଦିଲ୍ଲୀରେ ବିଜେଡି ସମାବେଶ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି। ଖୋଦ ନବୀନ ପଟ୍ଟନାୟକ ମଧ୍ୟ କହିଛନ୍ତି ଓଡ଼ିଶାର ଦାବି ପ୍ରତି କେବେ ବି କେନ୍ଦ୍ର ସରକାର ସହାନୁଭୂତି ଦେଖାଇନାହାନ୍ତି।
ଅନ୍ୟପଟେ ବିଜେଡିର ଦିଲ୍ଲୀ ସମାବେଶକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସିରିଜ୍ ଟୁଇଟ୍ କରିଛନ୍ତି। ଟୁଇଟରରେ ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।
Today Naveen Patnaik and Co. are going on a picnic to Delhi which costs Rs 52 lakh. They are doing this in the name of the farmers. Had this money been given to farmers in debt, many precious lives of our annadatas could have been saved. (1/3)
— Niranjan Patnaik (@NPatnaikOdisha) January 8, 2019
ପିସିସି ସଭାପତି କହିଛନ୍ତି ବିଜେଡି ନେତା ଓ କର୍ମୀ ଟଙ୍କା ଖର୍ଚ୍ଚ କରି ଦିଲ୍ଲୀ ପିକ୍ନିକ୍ କରିବାକୁ ଯାଇଛନ୍ତି। ଏଥିପାଇଁ ୫୨ଲକ୍ଷ ଖର୍ଚ୍ଚ କରାଯାଇଛି। ଯଦି ଦଳ ଏହି ଟଙ୍କାକୁ ଚାଷୀମାନଙ୍କୁ ଦେଇଥାନ୍ତେ ତେବେ ଅନେକ ଅନ୍ନଦାତାଙ୍କ ଜୀବନ ବଞ୍ଚି ଯାଇଥାଆନ୍ତା।
The BJD should stop shedding crocodile tears in the name of our farmers, as they are equally responsible for destroying the agri sector of Odisha. Their farmers’ rally is a big farce.
(2/3)— Niranjan Patnaik (@NPatnaikOdisha) January 8, 2019
ଏହା ସହିତ ସେ ଆହୁରି କହିଛନ୍ତି ବିଜେଡି ଚାଷୀଙ୍କ ଲାଗି କୁମ୍ଭୀର କାନ୍ଦଣା କାନ୍ଦିବା ବନ୍ଦ କରୁ। କୃଷି ଓ କୃଷକଙ୍କୁ ନଷ୍ଟ କରିବାରେ ବିଜେଡି ଦାୟୀ।
ଦିଲ୍ଲୀରେ ବିଜେଡି ଚାଷୀ ସମସ୍ୟାକୁ ନେଇ ସମାବେଶ କରୁଛି। ଯେଉଁଠି ତୃଣମୂଳ ସ୍ତରରୁ ଆରମ୍ଭ କରି ନେତା, କର୍ମୀ, ବିଧାୟକ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହୋଇଛନ୍ତି। ଏ ନେଇ ସଂଧ୍ୟାରେ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକ ପତ୍ର ଦିଆଯିବ।


















