ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାନୁଆରୀ ୧୫ରେ ବଲାଙ୍ଗିର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାତ୍ର କିଛି ଦିନ ବ୍ୟବଧାନରେ ଓ ବାରିପଦା ଗସ୍ତର ପରେ ପରେ ଏହା ତାଙ୍କ ଦ୍ୱିତୀୟ ଗସ୍ତ ରହିବ।

ଏଥର ସେ ବଲାଙ୍ଗିରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ୧୫ ତାରିଖ ସକାଳ ସାଢ଼େ ୯ଟାରେ ବାୟୁସେନାରେ ସ୍ୱତନ୍ତ୍ର ବିମାନରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ। ସେ ସେଠାରୁ ହେଲିକପ୍ଟର ଯୋଗେ ବଲାଙ୍ଗିର ଯିବେ। ୧୦ଟା ୪୦ରେ ବଲାଙ୍ଗିର ରେଲୱେ ଷ୍ଟେସନ୍‌ଠାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ।

ସେଠାରୁ ପ୍ରଧାନମନ୍ତ୍ରୀ ପଥରଚେପା ଯାଇ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ। ସାଢ଼େ ୧୨ଟାରେ ସଭା ସରିବା ପରେ ମୋଦି ସେଠାରୁ ଝାରସୁଗୁଡ଼ା ଯିବେ। ଏବଂ ଝାରସୁଗୁଡ଼ାରୁ ୧ଟା ୪୫ ମିନିଟ୍‌ରେ କେରଳ ଅଭିମୁଖେ ଯାତ୍ରା କରିବେ।

LEAVE A REPLY

Please enter your comment!
Please enter your name here