ଓଡ଼ିଶାଲାଇଭ୍ ବ୍ୟୁରୋ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିପ୍ପଣୀକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବିବାଦକୁ ଦୃଷ୍ଟିରେ ରଖି ହଟଷ୍ଟାରରୁ ପାଣ୍ଡ୍ୟାଙ୍କ ବିବାଦୀୟ ଏପିସୋଡକୁ ହଟାଇ ଦିଆଯାଇଛି।

ଫିଲ୍ମମେକର କରଣ ଜୋହରଙ୍କ ଚାଟ ଶୋ ‘କଫି ୱିଥ୍ କରଣ’ର ସିଜିନ ୬ ବେଶ୍‌ ଚର୍ଚ୍ଚାରେ ରହିଛି। ଗତ ରବିବାର ଅର୍ଥାତ ଜାନୁଆରୀ ୬ର ଏପିସୋଡ ଚର୍ଚ୍ଚା ପାଇଁ ଆଉ ଏକ ଖୋରାକ ଯୋଗାଇଛି, କାରଣ ସେହି ଏପିସୋଡରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା, କେଏଏଲ ରାହୁଲ ଶୋର ଅତିଥି ହୋଇଥିଲେ।

ଶୋରେ ପାଣ୍ଡ୍ୟାଙ୍କ ମହିଳାଙ୍କ ପ୍ରତି ଅଶ୍ଳୀଳ ବୟାନ ଶୋକୁ ଏବେ ବିବାଦ ଘେରକୁ ନେଇଆସିଛି। ପାଣ୍ଡ୍ୟାଙ୍କ ବୟାନ ପରେ ଏହି ବିବାଦ ଥମିବାର ନାଁ ନେଉନାହିଁ। ଏହାକୁ ନେଇ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଖବରଟି ହେଉଛି ପାଣ୍ଡ୍ୟା ଓ ରାହୁଲଙ୍କ ଏହି ଏପିସୋଡକୁ ହଟ୍‌ଷ୍ଟାରରୁ ହଟାଇ ଦିଆଯାଇଛି। କଫି ୱିଥ୍ କରଣ ଶୋ ହଟଷ୍ଟାରରେ ପ୍ରସାରିତ ହୋଇଥାଏ।

ଏଭଳି ବୟାନ ପରେ ପାଣ୍ଡ୍ୟା ଏବେ ବିବାଦରେ ପଡ଼ିଛନ୍ତି। ବିସିସିଆଇ ମଧ୍ୟ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ପାଣ୍ଡ୍ୟା ଏହାର ଉତ୍ତରରେ କ୍ଷମା ମାଗିଥିଲେ।

କ’ଣ କହିଥିଲେ ପାଣ୍ଡ୍ୟା?

ଜାନୁଆରୀ ୬ ରବିବାର ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲ କରଣଙ୍କ ଏହି ଚର୍ଚ୍ଚିତ ଶୋର ଅତିଥି ହୋଇଥିଲେ।

ପାଣ୍ଡ୍ୟା ଏହି ଶୋ’ରେ ମହିଳାଙ୍କ ପ୍ରତି ସେକ୍ସି ଶବ୍ଦ ଉଚ୍ଚାରଣ କରିଥିଲେ। ପରେ ନିଜର ଏହି ଟିପ୍ପଣୀ ପାଇଁ କ୍ଷମା ମାଗିଥିଲେ। ଅନ୍ୟପଟେ ଲୋକେଶ ରାହୁଲ ଏହି ସମାଲୋଚନା ଉପରେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ।

Comment