ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋminister surya narayan patra

ଜାନୁଆରୀ ୨୬ ସୁଦ୍ଧା କାଳିଆ ଯୋଜନାରେ ହିତାଧୀକାରୀଙ୍କୁ ଟଙ୍କା ମିଳିବ। ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ପ୍ରଥମ ପର୍ଯ୍ୟାରେ ଯେଉଁମାନେ କାଳିଆ ଯୋଜନାରେ ସାମିଲ ହୋଇଛନ୍ତି ସେମାନଙ୍କୁ ଟଙ୍କା ମିଳିବ। ଏହା ପରେ ଦ୍ୱିତୀୟ ପର୍ଯ୍ୟାୟ ହିତାଧୀକାରୀଙ୍କୁ ଟଙ୍କା ମିଳିବ। ପାଖାପାଖି ୧୨ଲକ୍ଷରୁ ଅଧିକ ହିତାଧୀକାରୀଙ୍କୁ ଟଙ୍କା ମିଳିବ।

କାଳିଆ ଯୋଜନାରେ ପ୍ରତିଦିନ ଲୋକମାନେ ନାମ ପଞ୍ଜୀକରଣ କରୁଛନ୍ତି। ଅନେକ ସ୍ଥାନରେ କାଳିଆ ଫର୍ମକୁ ନେଇ ମଧ୍ୟ ଅନେକ ବିବାଦ ଉଠିଥିଲା।

ଏହା ସହିତ ମନ୍ତ୍ରୀ ଆହୁରି କହିଛନ୍ତି,’’ଆମ ସହିତ ୧୨ଲକ୍ଷ ଚାଷୀ ନେଣଦେଣ କରୁଛନ୍ତି। ସେମାନେ ଭିବିନ୍ନ ସମୟରେ ବିହନ କିଣୁଛନ୍ତି, କୀଟନାଶକ କିଣୁଛନ୍ତି, ଧାନ ବିକ୍ରୀ କରୁଛନ୍ତି। ସେମାନଙ୍କୁ କାଳିଆ ଯୋଜନାରେ ୨୬ ସୁଦ୍ଧା ଟଙ୍କା ମିଳିବ।’’ ଯେଉଁମାନେ କାଳିଆ ଯୋଜନାରେ ସାମିଲ ହେବାଲାଗି ଆବେଦନ କରିଛନ୍ତି ସେମାନଙ୍କ ଆବେଦନ ଯାଞ୍ଚ ପରେ ଟଙ୍କା ମିଳିବା ନେଇ କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର।

Comment