ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱାସ ନହେଲେ ବି ସତ ମହାରାଷ୍ଟ୍ରର ଏକ ସଂଗଠନ ପକ୍ଷରୁ ହେଲମେଟର ଅନ୍ତ୍ୟେଷ୍ଟି କରାଯାଇଛି।

ହେଲମେଟ୍ ପିନ୍ଧିଲେ ଚନ୍ଦା ହୋଇଯାଉଛୁ। ପୁଣି ମୁଣ୍ଡ ଓ ମୁହଁରେ ସମସ୍ୟା ସୃଷ୍ଟି ହେଉଛି। ଏଭଳି ଅଭିଯୋଗ କରି କିଛି ଲୋକ ହେଲମେଟ୍‌ର ଅନ୍ତିମ ସଂସ୍କାର କରିଛନ୍ତି। ବୋଧହୁଏ ଆପଣ ପ୍ରଥମଥର ପାଇଁ ଶୁଣିବାକୁ ପାଉଥିବେ ଯେ ହେଲମେଟ୍‌ର ବି ଅନ୍ତିମ ସଂସ୍କାର ହେଉଛି। ମହାରାଷ୍ଟ୍ରର ଏକ ସଂଗଠନ ପକ୍ଷରୁ ହେଲମେଟର ଅନ୍ତ୍ୟେଷ୍ଟି କରାଯାଇଥିବା ଜଣାଯାଇଛି।

ଶିବସେନା ନେତା ମହାଦେବ ବବଇଙ୍କ ନେତୃତ୍ୱରେ ଗୋଟିଏ ସଂଗଠନର ସଦସ୍ୟମାନେ ପୋଲିସ୍ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଏକାଠି ହୋଇଥିଲେ ଏବଂ ହେଲମେଟ୍ ରଖି ସେଥିରେ ଫୁଲମାଳ ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପୁରୋହିତଙ୍କୁ ଡାକି ମନ୍ତ୍ରପାଠ ସହ ଅନ୍ତିମ ସଂସ୍କାର କରିଥିଲେ।

ମହାଦେବଙ୍କ କହିବା କଥା, ମହାରାଷ୍ଟ୍ରର ପୁଣେ ଅଞ୍ଚଳରେ ଲୋକମାନେ ଅତି ବେଶିରେ ୨୫ରୁ ୩୦ କିଲୋମିଟର ବେଗରେ ବାଇକ୍ ଚଳାନ୍ତି। ତେଣୁ ହେଲମେଟ୍ ଆବଶ୍ୟକତା ନାହିଁ । ଏହା ବ୍ୟତୀତ ହେଲମେଟ୍ ଲଗାଇବା ଯୋଗୁଁ ମୁଣ୍ଡରୁ କେଶ ଉପୁଡ଼ି ଯାଉଛି ମୁହଁ ଉପରେ ମଧ୍ୟ ଚାପ ପଡୁଛି। ଏସବୁ କଥା ପୋଲିସ୍ ଭଲ ଭାବେ ବିଚାର କରିବା ଉଚିତ। ପୋଲିସ୍ ହେଲମେଟ୍ ପିନ୍ଧିବାକୁ ବାଧ୍ୟ କରୁଥିବାରୁ ଏଠାରେ ଏକ ‘ହେଲମେଟ୍ ଶକ୍ତି ବିରୋଧୀ କୃତି ସମିତି’ ଗଠନ କରାଯାଇ ଏଭଳି ଭାବେ ହେଲମେଟ୍ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

ସୂଚନା ଅନୁସାରେ, ଗତ ବର୍ଷ ପୁଣେରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୨୦୦ରୁ ଊର୍ଦ୍ଧ୍ୱ ଥିଲା। ଏଥିରୁ ଅଧିକାଂଶ ଲୋକ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଯୋଗୁଁ ମରିଛନ୍ତି। ତେଣୁ ସ୍ଥାନୀୟ ପୋଲିସ ଦୁଇ ଚକିଆ ଯାନ ଚାଳକଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରିଛି। ଅନ୍ୟପଟେ ଲୋକେ ଏପରି ପଦକ୍ଷେପ ନେଇଛନ୍ତି।

LEAVE A REPLY

Please enter your comment!
Please enter your name here