ଓଡ଼ିଶାଲାଇଭ୍ ବ୍ୟୁରୋ

ସକାଳ ପାହିଲେ ପ୍ରତିଟି ମଣିଷର ଆବଶ୍ୟକ ପଡ଼େ ଟୁଥ୍‌ପେଷ୍ଟ। ତେଣୁ ଦୈନନ୍ଦିନ ଜୀବନରେ ଟୁଥ୍‌ପେଷ୍ଟ ବେଶ୍‌ ବ୍ୟବହାର୍ଯ୍ୟ।

ଟୁଥ୍‌ପେଷ୍ଟ ଯେ କେବଳ ଦାନ୍ତ ଘଷିବା ପାଇଁ ବ୍ୟବହାର ହୁଏ ତାହା ନୁହେଁ। ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ମଧ୍ୟ ଏହାର ବ୍ୟବହାର କରାଯାଇପାରିବ। ତେବେ ଜାଣନ୍ତୁ ଟୁଥ୍‌ପେଷ୍ଟର ଅନ୍ୟ ବ୍ୟବହାର…

– ଶରୀରର କୌଣସି ଅଂଶ ପୋଡ଼ି ଯାଇଥିଲେ ଆପଣ ଟୁଥ୍‌ପେଷ୍ଟର ବ୍ୟବହାର କରିପାରିବେ। ପୋଡ଼ା ଅଂଶରେ ଟୁଥ୍‌ପେଷ୍ଟ ଲଗାଇଲେ ପୋଡ଼ାଜଳା କମ୍‌ ହୋଇଥାଏ।

-ପୋଷକରେ ଲିପ୍‌ଷ୍ଟକ ଦାଗ ବା କାଳି ଦାଗ ଲାଗିଥିଲେ ଅଦୌ ଚିନ୍ତିତ ହୁଅନ୍ତୁ ନାହିଁ। ଦାଗ ଲାଗିଥିବା ସ୍ଥାନରେ ଟିକିଏ ପେଷ୍ଟ ଲଗାଇ ଭଲ ସେ ଧୋଇ ଦିଅନ୍ତୁ। ଏହା ଦ୍ୱାରା ଦାଗ ସମୂର୍ଣ୍ଣ ଛାଡ଼ିଯିବ।

– ଯଦି କୌଣସି କାଚ୍ର ପାତ୍ର ବା କାଚ ଟେବୁଲରେ ଚା’ କିମ୍ବା ଅନ୍ୟ କୌଣସି ଦାଗ ରହିଥିାଏ ତେବେ ଟୁଥ୍‌ପେଷ୍ଟ ବ୍ୟବହାର କରି ତୁରନ୍ତ ଏହି ଦାଗ ଛଡ଼ାଇ ପାରିବେ।

– ଟୁଥ୍‌ପେଷ୍ଟ ସୁନ୍ଦରତା ବଢ଼ାଇବାରେ ବି ସହାୟକ ହୋଇଥାଏ। ଡାର୍କ ସର୍କଲ ହଟାଇବା ପାଇଁ ଆପଣ ଟୁଥ୍‌ପେଷ୍ଟର ବ୍ୟବହାର କରିପାରିବେ। ମୁହଁରେ ବ୍ରଣ ହୋଇଥିଲେ ସେହି ସ୍ଥାନରେ ପେଷ୍ଟ ଲଗାଇବା ଦ୍ୱାରା ବ୍ରଣ ଭଲ ହୋଇଥାଏ।

– ପିଆଜ, ରସୁଣ କାଟି ହାତରୁ ଦୁର୍ଗନ୍ଧ ବାହାରୁଥିଲେ ଟୁଥ୍‌ପେଷ୍ଟ ଲଗାଇ ହାତ ଧୋଇଲେ ଦୁର୍ଗନ୍ଧ ଦୂର ହୋଇଥାଏ।

– ଯଦି ଆପଣଙ୍କ ଗହଣାରେ କଳା ପଡ଼ିଯାଇଥାଏ ଆଉ ଆପଣ ତାକୁ ଚମକାଇବାକୁ ଚାହୁଁଥାନ୍ତି ତେବେ ପେଷ୍ଟ ଜରିଆରେ ଗହଣାକୁ ଚମକାଇ ପାରିବେ।

-ହାତ, ପାଦର ନଖ ହଳଦିଆ ଦେଖାଯାଉଥିଲେ ଟୁଥ୍‌ପେଷ୍ଟ ଜରିଆରେ ନଖ ସଫା କରିପାରିବେ।

– ଆଇନା କିମ୍ବା ଅନ୍ୟ କୌଣସି କାଚ ଜିନିଷ ସଫା କରିବାକୁ ଚାହୁଁଥିଲେ ଟୁଥ୍‌ପେଷ୍ଟ ଦ୍ୱାରା ସଫା କରିପାରିବେ।

Comment