ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ଵାଇନ ଫ୍ଲୁରେ ଆକ୍ରାନ୍ତ ଯୋଗୁଁ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି। ଶାହଙ୍କ ଅସୁସ୍ଥତା କାରଣରୁ ଓଡ଼ିଶା ଗସ୍ତ ବାତିଲ କରାଯାଇଛି। ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଏହି ସୂଚନା ଦେଇଛନ୍ତି। ଶାହ ସ୍ଵାଇନ ଫ୍ଲୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଚିକିତ୍ସା ପାଇଁ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ନେତୃତ୍ଵରେ ଏକ ଡାକ୍ତରୀ ଟିମ୍‌ ଗଠିତ ହୋଇଛି।

ଜାନୁଆରୀ ୧୬ରେ ଶାହ ଟୁଇଟ୍‌ କରି ତାଙ୍କୁ ସ୍ଵାଇନ ଫ୍ଲୁ ହୋଇଛି ବୋଲି ଜଣାଇଥିଲେ। ଟୁଇଟ୍‌ରେ ସେ ଲେଖିଛନ୍ତି, “ ମୋତେ ସ୍ଵାଇନ ଫ୍ଲୁ ହୋଇଛି। ରୋଗର ଚିକିତ୍ସା ଜାରି ରହିଛି। ଭଗବାନଙ୍କ କୃପା ଓ ଆପଣମାନଙ୍କ ଭଲ ପାଇବାରୁ ମୁଁ ଶୀଘ୍ର ସୁସ୍ଥ ହୋଇଯିବ।”

ଶାହ ଜାନୁଆରୀ ୧୮, ଶୁକ୍ରବାର ଓଡ଼ିଶା ଆସିଥାନ୍ତେ। କଟକରେ ଏକ ସଭାରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଥିଲା। ଏହାପରେ ପଶ୍ଚିମବଙ୍ଗରେ ଜାନୁଆରୀ ୨୦ରେ ହେବାକୁ ଥିବା ରାଲିକୁ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଥିଲା।

Comment