ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟରୁ ଗୁରୁବାର ମୁମ୍ବାଇର ଡ୍ୟାନ୍ସବାର ମାଲିକଙ୍କୁ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ଶୁଣାଣି କରି ୨୦୧୬ରେ ଆସିଥିବା ନିୟମରେ ଥିବା ସର୍ତ୍ତରେ କିଛି ପରିବର୍ତ୍ତନ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଡ୍ୟାନ୍ସ ବାରରେ କୌଣସି ପ୍ରକାର ଅଶ୍ଲୀଳତା ପ୍ରଦର୍ଶିତ କରାନଯିବା ଦରକାର।

ତେବେ ନିୟମ ଉଲ୍ଲଂଘନ କଲେ ଦଣ୍ଡବିଧାନ ନେଇ ଯାହା ନିୟମ ରହିଛି ତାହାକୁ ଅପରିବର୍ତ୍ତିତ ରଖିଛନ୍ତି କୋର୍ଟ। ଏହା ସହିତ କୋର୍ଟ ମୁମ୍ବାଇର ଡ୍ୟାନ୍ସ ବାର ସଂଧ୍ୟା ୬.୩୦ରୁ ରାତି ୧୧.୩୦ପର୍ଯ୍ୟନ୍ତ ଖୋଲା ରଖିବାକୁ ଅନୁମତି ଦେଇଛନ୍ତି।

ବିଳମ୍ବିତ ରାତି ଯାଏଁ ବାର ଖୋଲା ରଖିବାକୁ ଅନୁମତି ଦେଇନାହାନ୍ତି କୋର୍ଟ। ଏହା ସହିତ ଡ୍ୟାନ୍ସ ବାରରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ ନିୟମକୁ ବି ଉଠାଇଛନ୍ତି କୋର୍ଟ।

Comment