ଓଡ଼ିଶାଲାଇଭ୍ ବ୍ୟୁରୋ
ବଜାରରେ ବିକ୍ରି ହେଉଛି ନକଲି ମସଲା। ବ୍ୟବହାର କରିବା ପୂର୍ବରୁ ହୋଇ ଯାଆନ୍ତୁ ସାବଧାନ।
ନକଲି ତେଲ, ନକଲି ଘିଅ, ନକଲି ଜର୍ଦ୍ଦା ପରେ ଏବେ ନକଲି ମସଲା ବଜାରକୁ ଆସିଥିବା ଘଟଣା ସାମ୍ନାକୁ ଆସିଛି। କୋରାପୁଟର ଜୟପୁରରେ ଏକ ନକଲି ମସଲା କାରଖାନା ଠାବ ହୋଇଛି। ଜୟପୁର ଟାଉନ୍ ଥାନା ପୋଲିସ ଏହି ନକଲି ମସଲା କାରଖାନାରେ ଚଢ଼ଉ କରିଛି।
ବହୁ ନାମୀଦାମୀ କମ୍ପାନୀ ତଥା ଏମ୍ଡିଏଚ୍ ଓ ଏଭରେଷ୍ଟର ପ୍ୟାକେଟ୍ ଆଣି ଏଠାରେ ନକଲି ମସଲା ପ୍ରସ୍ତୁତ କରି ବଜାରକୁ ଛଢ଼ା ଯାଉଥିଲା। ମସଲାରେ କାଠଗୁଣ୍ଡ, ଓ ବାଲି ମିଶାଯାଇ ବିକ୍ରି କରାଯାଉଥିଲା। ନକଲି ମସଲା ଜବତ କରିଛି ପୋଲିସ୍।
ଘଟଣାରେ ପୋଲିସ୍ ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ୍ ତଦନ୍ତ ପ୍ରକ୍ରିୟା ଜୋର କରିଛି।
ପ୍ରତିଦିନ ଖାଦ୍ୟରେ ସାଧାରଣତଃ ମସଲାର ବ୍ୟବହାର ହୋଇଥାଏ। ଯଦି ଏହି ମସଲା ନକଲି ହୋଇଥାଏ ତେବେ ଏହା କ୍ଷତିକାରକ ହୋଇପାରେ।