ଓଡ଼ିଶାଲାଇଭ୍ ବ୍ୟୁରୋ

ଇସ୍ରୋ ପକ୍ଷରୁ ବିଶ୍ୱର ସବୁଠୁ ବଡ଼ ଧାର୍ମିକ ସମାଗମ କୁମ୍ଭମେଳାର ୨ଟି ଫଟୋ ଜାରି କରାଯାଇଛି। ମହାକାଶରେ ଗଙ୍ଗା ଏବଂ ଯମୁନାର ସଙ୍ଗମ ସ୍ପଷ୍ଟ ନଜର ଆସୁଛି। ଏଥିସହ ସଙ୍ଗମ ନିକଟରେ ଥିବା ଟେଣ୍ଟ ସିଟି ଏବଂ ସାଧାରଣ ଲୋକ ମଧ୍ୟ ସଂପୂର୍ଣ୍ଣ ଦେଖିପାରୁଛନ୍ତି।

ଇସ୍ରୋ ଅନୁଯାୟୀ, ଏହି ଫଟୋ ଭାରତୀୟ ରିମୋଟ ସେସିଂଙ୍ଗ ସାଟେଲାଇଟ କାଟ୍ରୋସେଟ-୨ରୁ ନିଆଯାଇଛି। ଫଟୋରେ ସଙ୍ଗମ କ୍ଷେତ୍ରରେ ସମାଗମ ହୋଇଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ନଜର ଆସୁଛନ୍ତି।

ଇସ୍ରୋ  ଟୁଇଟର ଆକାଉଣ୍ଟରେ ଏହି ଫଟୋ ଶେୟାର କରିଛି।  ସମାଗମ ଆୟୋଜନ ପୂର୍ବରୁ ମଧ୍ୟ ଇସ୍ରୋ ଫଟୋ ଜାରି କରିଥିଲା। ଫଟୋରେ ତ୍ରିବେଣୀ ସଙ୍ଗମ, ନୂଆ ଯମୁନା ବ୍ରିଜ ସ୍ପଷ୍ଟ ଭାବେ ଦେଖାଯାଉଛି। ପ୍ରୟାଗରାଜରେ ଚାଲିଥିବା ଏହି କୁମ୍ଭମେଳା ମାର୍ଚ୍ଚ ୪ ଅର୍ଥାତ ୫୦ ଦିନ ଧରି ଚାଲିବ।  ଦେଶବିଦେଶର କୋଟିକୋଟି ଶ୍ରଦ୍ଧାଳୁ ସଙ୍ଗମସ୍ଥଳରେ ବୁଡ଼ ପକାଉଛନ୍ତି।

Comment