ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଝିଅ ସମ୍ଭାବନା ମହାନ୍ତି ହିନ୍ଦୀ ସିରିଏଲ ‘ରାଜାବେଟା’ରେ ଏଣ୍ଟ୍ରି କରିଛନ୍ତି।

ଓଡ଼ିଶାର ଯୁବପିଢ଼ି ମନୋରଞ୍ଜନ କ୍ଷେତ୍ରରେ ବେଶ୍ ଆଗେଇ ଚାଲିଛନ୍ତି। ଓଡ଼ିଆ ଫିଲ୍ମ ଓ ସିରିଏଲ ଦୁନିଆଁରେ ନୂଆ କରି ଏଣ୍ଟ୍ରି କରିଥିବା କଳାକାର ଏବେ କେବଳ ଓଡ଼ିଶାରେ ହିଁ ସୀମିତ ନାହାନ୍ତି। ନ୍ୟାସନାଲ ଟେଲିଭିଜନରେ ବି ନିଜର ଜାଗା ବନେଇଲେଣି।

ପୂର୍ବରୁ ଓଡ଼ିଆ ଝିଅ ପ୍ରକୃତି ମିଶ୍ରଙ୍କୁ ଆଣ୍ଡ ଟିଭିରେ ‘ବେଟି ବିଜନେସ୍‌ବାଲି’ରେ ଦେଖିବାକୁ ମିଳିଥିଲା। ନିକଟରେ ରୋହିତ୍‌ ସେଟ୍ଟୀଙ୍କ ଫିଲ୍ମ ‘ସିମ୍ବା’ରେ ଓଡ଼ିଆ ଝିଅ ସୁପ୍ରିୟା ରାୟଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ। ଏବେ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ଆଉ ଜଣେ ଓଡ଼ିଆ ଝିଅ।

ଓଲିଉଡ ଅଭିନେତ୍ରୀ ସମ୍ଭାବନା ମହାନ୍ତିଙ୍କୁ ଏବେ ଜି ଟିଭିରେ ଦେଖିବାକୁ ପାଇବେ ଦର୍ଶକ। ଏହି ସିରିଏଲରେ ସମ୍ଭାବନା ମୁଖ୍ୟ ଚରିତ୍ରରେ ନଜର ଆସିବେ। ସେ ‘ପୁରଭା’ ଚରିତ୍ରରେ ନଜର ଆସିଛନ୍ତି। ତାଙ୍କ ବିପକ୍ଷରେ ଲିଡ୍‌ ରୋଲରେ ରାହୁଲ ସୁଧୀର ‘ବେଦାନ୍ତ’ ଚରତ୍ରରେ ନଜର ଆସିଛନ୍ତି।

ଏହି ସିରିଏଲଟି ପରିବାରର ପୁଅ ବେଦାନ୍ତଙ୍କ ଉପରେ ଆଧାରିତ ରହିଛି।

ସମ୍ଭାବନା ହେଲେ ଓଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତିଙ୍କ ଝିଅ। ‘ମୁଁ ରାଜା ତୁ ରାଣୀ’ ଫିଲ୍ମରେ ସେ ସେ ଉଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ସୁପରଷ୍ଟାର ଅରିନ୍ଦମ ରାୟ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ। ଏହାପରେ ସେ ସମ୍ବିତ ଆଚାର୍ଯ୍ୟଙ୍କୁ ସହିତ ‘ସାଜ୍‌ନା’ ଆଲବମରେ ନଜର ଆସିଥିଲେ।  

Comment