ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ଫେବ୍ରୁଆରୀ ୧୫ରୁ ହିତାଧିକାରୀଙ୍କୁ ମିଳିବ ବର୍ଦ୍ଧିତ ଭତ୍ତା

ରାଜ୍ୟସରକାର ବଢାଇଛନ୍ତି ବାର୍ଦ୍ଧକ୍ୟ ଭତ୍ତା। ମଧୁବାବୁ ପେନସନ ଯୋଜନା ମାଧ୍ୟମରେ ରାଜ୍ୟସରକାର ଏହାକୁ ବଢ଼ାଇଛନ୍ତି।

ଯେଉଁମାନେ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ୩୦୦ଟଙ୍କା ପାଉଥିଲେ ସେମାନେ ୫୦୦ଟଙ୍କା ପାଇବେ। ସେହିପରି ୫୦୦ ଟଙ୍କା ପାଉଥିବା ବ୍ୟକ୍ତି ଏଣିକି ୭୦୦ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ପାଇବେ। ବିଶେଷ କରି ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ୭୦୦ଟଙ୍କା।

ରାଜ୍ୟର ୪୮ଲକ୍ଷ ହିତାଧିକାରୀ ଏହା ମାଧ୍ୟମରେ ଉପକୃତ ହୋଇପାରିବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଗାଁ ଆମ ବିକାଶ ଯୋଜନାରେ ଏହା ଘୋଷଣା କରିଛନ୍ତି।

ସମସ୍ତ ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ, ବିଧବା ଓ ଅସହାୟ ମହିଳା ଏହା ମାଧ୍ୟମରେ ଉପକୃତ ହୋଇପାରିବେ। ତେବେ ବର୍ଦ୍ଧିତ ଭତ୍ତା ୨୦୧୯ ଫେବୃଆରୀ ୧୫ରୁ ହିତାଧିକାରୀଙ୍କୁ ମିଳିବ।

LEAVE A REPLY

Please enter your comment!
Please enter your name here