ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜିୟୁ(ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି)ର ତିନି ଦିନିଆ ଅନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଛି। ଏହି କ୍ରୀଡ଼ା ଉତ୍ସବ ଜାନୁଆରୀ ୧୯ରୁ ଆରମ୍ଭ ହୋଇଥିଲା। ଜାନୁଆରୀ ୨୧, ସୋମବାର ଏହି କ୍ରୀଡ଼ା ଉତ୍ସବର ଶେଷ ଦିନ।

ବିଜିୟୁରେ ହେଉଥିବା ଏହି କ୍ରୀଡ଼ା ଉତ୍ସବରେ ୪ ଟି ଖେଳ ତଥା କ୍ରିକେଟ, ଭଲିବଲ୍‌, ବାସ୍କେଟ ବଲ, ଫୁଟ୍‌ବଲରେ ପ୍ରତିଯୋଗିତା ହୋଇଛି। ଏଥିରେ ୩୩ଟି ୟୁନିଭର୍ସିଟିର ଫୁଟ୍‌ବଲରେ ୨୦ଟି ଟିମ, ଭଲିବଲରେ ୮ ଟିମ୍‌, କ୍ରିକେଟରେ ୧୪ଟି ଟିମ, ବାସ୍କେଟ ବଲ୍‌ରେ (ଝିଅ) ୮ଟିମ୍‌, (ପୁଅ) ୧୪ଟି ଟିମ୍‌ ଅଂଶଗ୍ରହଣ କରିଛନ୍ତି। ତେବେ କେବଳ ବାସ୍କେଟବଲ୍‌ରେ ଉଭୟ ଓ ପୁଅ ଝିଅ ଟିମ ଅଂଶ ଗ୍ରହଣ କରିଛନ୍ତି।

ବିଜିୟୁର ଏହି କ୍ରୀଡ଼ା ଉତ୍ସବକୁ ଓଏମ୍‌ସି(ଓଡ଼ିଶା ମାଇନିଙ୍ଗ କର୍ପୋରେସନ) ସ୍ପନସର କରୁଛି।

ଖେଳର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ଯୋଗ ଦେଇଥିଲେ।

“ ପ୍ରତିଟି ମଣିଷର ଜୀବନରେ କ୍ରିଡ଼ାର ଗୁରୁତ୍ୱ ରହିଛି। ଏହା ଶାରୀରିକ ଓ ମାନସିକ ଭାବେ ମଣିଷକୁ ମଜବୁତ କରିଥାଏ”, ଏହି ଉତ୍ସବରେ ଯୋଗ ଦେଇ ପ୍ରକାଶ ମିଶ୍ର ତାଙ୍କ ଅଭିଭାଷଣରେ ଏପରି କହିଥିଲେ। ବିଜିୟୁର ଏହି ପଦକ୍ଷେପ ବେଶ୍‌ ସ୍ୱାଗତଯୋଗ୍ୟ ବୋଲି ସେ କହିଥିଲେ।

“ କ୍ରୀଡ଼ା କ୍ଷେତ୍ରରେ ଯୁବପିଢ଼ିଙ୍କୁ ଆକର୍ଷିତ ପାଇଁ ବିଜିୟୁର ଏହି ପଦକ୍ଷେପ”, ବିଜିୟୁର ରେଜିଷ୍ଟର ବି.କେ ଦାଶ କହିଥିଲେ।

ତେବେ କିଟ୍‌, ରେଭେନ୍ସା, ଡ୍ରିମ୍ସ, ବିଶ୍ୱଭାରତୀ ଭଳି ପ୍ରମୁଖ ବିଶ୍ୱବିଦ୍ୟାଳୟ ଏହି କ୍ରୀଡ଼ା ଉତ୍ସବରେ ସାମିଲ ହୋଇଛନ୍ତି।

ଏହି କ୍ରୀଡ଼ା ପ୍ରତିଯୋଗିତାରେ କ୍ରିକେଟ, ଭଲିବଲ୍, ବାସ୍କେଟ ବଲ, ଫୁଟ୍‌ବଲରେ ବିଜେତା ଟିମ୍‌ ପାଇଁ ୧୦,୦୦୦ଟଙ୍କା ପୁରସ୍କାର ରଖାଯାଇଛି। ରନର୍ସ ଅଫ୍‌ ଟିମ୍‌ ପାଇଁ ୫ ହଜାର ଟଙ୍କା ରଖାଯାଇଛି।

Comment