ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇନଷ୍ଟାଣ୍ଟ ମେସେଜିଂ ଆପ୍ ‘ହ୍ୱାଟ୍ସ୍ ଆପ୍’ ଏବେ ଅପଡେଟ୍ ହୋଇଛି। ଏହି ଅପଡେଟ୍ କିଛି ନୂଆ ଫିଚର୍ ରହିଛି। ଏହି ଫିଚର୍ ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ୟୁଜର୍ସଙ୍କ ପାଇଁ ରହିଛି। ଏଥିମଧ୍ୟରୁ ଏକ ମାଇକ୍ ଫିଚର ରହିଛି, ଯାହା ଦ୍ୱାରା ଆପଣଙ୍କ ମେସେଜ୍ ଆପେ ଆପେ ଟାଇପ୍ ହୋଇଯିବ।

ଏହି ଫିଚର୍ ଅନୁଯାୟୀ, ଆପଣ ମେସେଜଟିକୁ କହି ଟାଇପ୍ କରାଇପାରିବେ। ଆପଣ ଏହାକୁ ଅଟୋ ଟାଇପିଂ ମଧ୍ୟ କହିପାରିବେ। ଅର୍ଥାତ୍ ଆପଣ ପଠାଇବାକୁ ଥିବା ମେସେଜକୁ ମାଇକ୍ ଆଇକନ୍ ଆଗରେ ମୁହଁ ରଖି କହିଲେ ଏହା ଆପେ ଆପେ ଟାଇପ୍ ହୋଇଯିବ। ଏବେ ୟୁଜର୍ସ ଗୁଗଲ୍ ଆସିଷ୍ଟାନ୍ସ୍ ଓ ଭଏସ୍ ସର୍ଚ୍ଚ ପ୍ରତି ଅଧିକ ଆକୃଷ୍ଟ ହେଉଥିବା ଦେଖି ‘ହ୍ୱାଟ୍ସ୍ଆପ୍’ ଏହାକୁ ଇନ୍‌ବିଲ୍ଡ ଫିଚର୍ ଭାବେ ଦେଇଛି।

ଆଣ୍ଡ୍ରଏଡ୍ ପାଇଁ ଜାରି କରାଯାଇଥିବା ହ୍ୱାଟ୍ସ୍ଆପ୍ ଭର୍ସନ୍ ଅପଡେଟ୍ ଦିଆଯାଇଛି। ଏହି ମାଇକ୍ ଆଇକନ୍ ହ୍ୱାଟ୍ସ୍ଆପରେ କି’ବୋର୍ଡ଼ ଆପରେ ଅଛି। ଏହାକୁ ଟ୍ୟାପ୍ କରି ଆପଣ ମେସେଜଟିକୁ କହିଲେ ତାହା ଆପେ ଆପେ ଟାଇପ୍ ହୋଇଯିବ। ଏପରି ଆପଣ ଗୁଗଲ୍ କି’ବୋର୍ଡ଼ ଜରିଆରେ ମଧ୍ୟ କରିପାରିବେ। କିନ୍ତୁ ହ୍ୱାଟ୍ସ୍ଆପରେ ଇନ୍‌ବିଲ୍ଡ ଫିଚରରୁ କଲେ ଏହା ଅଧିକ ସଠିକ୍ ଆସିବ। ଆଇଓଏସ୍ ରେ ଏହି ଫିଚର କି’ବୋର୍ଡ଼ର ବାମପଟେ ତଳଆଡ଼କୁ ରହିଛି। ଆଣ୍ଡ୍ରଏଡ୍ରେ ଏହା କି’ବୋର୍ଡ଼ର ଉପରପଟେ ରହିଛି। ହେଲେ ଏଥିରେ କେବଳ ଇଂରାଜୀରେ ହିଁ ଟାଇପ୍ ହୋଇପାରିବ।

Comment