ଓଡ଼ିଶାଲାଇଭ୍ ବ୍ୟୁରୋ

ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଦୁଇଟି ଦିନିକିଆ ଓ ଟି-୨୦ ସିରିଜରୁ ବିରାଟଙ୍କୁ ବିଶ୍ରାମ ଦେଲା ବିସିସିଆଇ।
ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକଆ ସିରିଜର ଅନ୍ତିମ ଦୁଇଟି ମ୍ୟାଚରୁ ବିଶ୍ରାମ ଦିଆଯାଇଛି। ବିରାଟ ଚତୁର୍ଥ(୩୧ ଜାନୁଆରି) ଓ ପଞ୍ଚମ(୩ ଫେବ୍ରୁଆରି) ଦିନିକିଆ ମ୍ୟାଚ ଖେଳିବେ ନାହିଁ। କେବଳ ସେତିକି ନୁହେଁ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରୁ ମଧ୍ୟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ବୁଧବାର ବିସିସିଆଇର ଚୟନକର୍ତ୍ତା କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ଆଗକୁ ଥିବା ସିରିଜର ଶେଷ ଦୁଇଟି ଦିନିକିଆ ଓ ଟି-୨୦ ସିରିଜରେ ବିରାଟଙ୍କ ସ୍ଥାନରେ ଅଧିନାୟକ ଭାର ସମ୍ଭାଳିବେ ରୋହିତ ଶର୍ମା। ତେବେ ବିରାଟଙ୍କ ବଦଳରେ ଦଳରେ କେଉଁ ଖେଳାଳୀ ଯୋଗଦେବେ ସେନେଇ ବିସିସିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।
ଏହା ପୂର୍ବରୁ ୨୦୧୮ ନଭେମ୍ବର ମାସରେ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ବିରାଟଙ୍କୁ ବିଶ୍ରାମ ଦିଆଯାଇଥିଲା।

















