ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ରାଜଧାନୀ ଭୁବନେଶ୍ଵରରେ କଡ଼ା ସରୁକ୍ଷା ବ୍ୟବସ୍ଥା।

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ରାଜ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଶାନ୍ତି ଶୃଙ୍ଖଳାରେ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ରାଜଧାନୀ ଭୁବନେଶ୍ଵରକୁ କଡ଼ା ସୁରକ୍ଷା ଭିତରେ ରଖିବାକୁ ଚେଷ୍ଟା ଚଳାଇଛନ୍ତି ରାଜ୍ୟ ସରକାର। ଏନେଇ କମିସନରେଟ୍‌ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ସହରର ସବୁ ପ୍ରବେଶପଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପରେଡ ସ୍ଥଳରେ ୧୫୦ ଅଫିସରଙ୍କ ସହ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ।

ଗାନ୍ଧିମାର୍ଗରେ ୬୦ଟି ସିସି ଟିଭି କ୍ୟାମେରା ଲଗାଇବାର ବ୍ୟବସ୍ଥା କରାଯାଇଛି। ଗାନ୍ଧିମାର୍ଗରେ ପରେଡ ଚାଲୁଥିଲାବେଳେ ଟ୍ରାଫିକ ପୋଲିସ ପକ୍ଷରୁ କଟକଣା ଜାରି କରାଯିବ। ଜାନୁଆରୀ ୨୬ ତାରିଖ ଦିନ ପରେଡ ଆରମ୍ଭରୁ ଶେଷ ହେବା ଯାଏଁ ରାଜଧାନୀକୁ କଡ଼ା ସୁରକ୍ଷା ବଳୟରେ ରଖାଯିବ।

ପରେଡରେ ଚଳିତ ବର୍ଷ  ୫୪ଟି  ଦଳ ଓ ୬ଟି ସାଂସ୍କୃତିକ ସଙ୍ଗଠନ ଅଂଶ ଗ୍ରହଣ କରିବେ।

Comment