ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେଡିରେ ମିଶିଲେ ବିଧାୟକ ନବ ଦାସ। ନବୀନ ପଟ୍ଟନାୟକଙ୍କ ଝାରସୁଗୁଡ଼ା ଜିଲ୍ଲା ଗସ୍ତ ସମୟରେ ବିଜେଡିରେ ସାମିଲ ହୋଇଛନ୍ତି ନବ ଦାସ। ସେ ନିଜର ହଜାର ହଜାର ସମର୍ଥକଙ୍କ ସହ ଆଜି ବିଜେଡିରେ ସାମିଲ ହୋଇଛନ୍ତି।

ନବ ଦାସ ଝାରସୁଗୁଡ଼ାରେ କଂଗ୍ରେସରୁ ବିଧାୟକ ଥିଲେ। କିଛିଦିନ ତଳେ ସେ ଉଭୟ ଦଳ ଓ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ନିଜ ଇସ୍ତଫା ପତ୍ର ସେ ରାହୁଲ ଗାନ୍ଧିଙ୍କ ପାଖକୁ ପଠାଇଥିଲେ।

ନବଦାସ କଂଗ୍ରେସରୁ ହାତ ଛାଡ଼ିବା ପରେ ସେ ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା। ଯାହାର ଉତ୍ତରରେ ନବ କହିଥିଲେ ମୋ ନିର୍ବାଚନୀ ମଣ୍ଡଳୀର ଜନସାଧାରଣ ଜାହା ଛାହିଁବେ ମୁଁ ସେଇଆ କରିବି।

Comment