ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାହୁଲ ଗାନ୍ଧିଙ୍କ ଆକ୍ଷେପକୁ କାଉଣ୍ଟର କଲେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଆକ୍ଷେପକୁ କାଉଣ୍ଟର କଲେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। ସେ କହିଛନ୍ତି ଯେ କଂଗ୍ରେସ ଶାସନକୁ ଓଡ଼ିଶାବାସୀ ଆଜି ଯାଏଁ ଭୁଲି ନାହାନ୍ତି। କେନ୍ଦ୍ରରେ କଂଗ୍ରେସ ଶାସନ କରିବା ବେଳେ ଓଡ଼ିଶା କେମିତି ଉପେକ୍ଷିତ ହେଉଥିଲା ତାହା କାହାକୁ ଅଛପା ନାହିଁ।

“କଂଗ୍ରେସ ସରକାରରେ ଥିବା ବେଳେ ଓଡ଼ିଶାର ଅଭିବୃଦ୍ଧି ହାର ଥିଲା ୩ ପ୍ରତିଶତ। ବିଜେଡି ଶାସନ ଅମଳରେ ଏହା ୧୦ ପ୍ରତିଶତ ଛୁଇଁଛି। କଂଗ୍ରେସ ଶାସନ ବେଳେ ଓଡ଼ିଶା ଚାଉଳ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା। ଏବେ ଓଡ଼ିଶାରେ ଯଥେଷ୍ଟ ପରିମାଣର ଚାଉଳ ମହଜୁଦ ରହିଛି”, କହିଛନ୍ତି ସସ୍ମିତ ପାତ୍ର।

ସେ ଆହୁରି କହିଛନ୍ତି ଯେ ବିଜେଡି କାହା ସହ ମେଣ୍ଟ କରିନାହିଁ। ବିଜେପିଠାରୁ ଆମେ ଯଥେଷ୍ଟ ଦୂରରେ ରହିଛୁ। ବିଜେଡି କେବଳ ଓଡ଼ିଶାବାସୀଙ୍କ ସହ ମେଣ୍ଟ କରିଛି। ବିଜେଡି ଓଡ଼ିଶାରେ ବିକାଶମୂଳକ କାମ କରୁଥିବାରୁ ୧୮ ବର୍ଷ ହେଲା ବିଜେଡିକୁ ଭୋଟ ଦେଇ ଆସୁଛନ୍ତି ଓଡ଼ିଶାବାସୀ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ତମାଣ୍ଡୋଠାରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ। ସେ ସିଧାଳଦଳଖ ମୋଦି-ନବୀନଙ୍କୁ ଆଟାକ କରିଥିଲେ। ମୋଦି-ନବୀନଙ୍କ ଭିତରେ ଭିତିରି ବୁଝାମଣାକୁ ଆକ୍ଷେପ କରିବା ସହ କଂଗ୍ରେସକୁ କ୍ଷମତାକୁ ଆଣିବା ପାଇଁ ଆହ୍ୱାନ ଦେଇଥିଲେ।

Comment