ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥ କୁଳିଅଣାଠାରେ ଅବରୋଧ। ବିଜେଡି ଦଳର ସମର୍ଥକମାନଙ୍କ ଦ୍ଵାରା ଏହି ଅବରୋଧ କରାଯାଇଛି।
କୁଳିଅଣା ଛକ ନିକଟରେ ଥିବା ବିଜେଡି ଦଳର ବ୍ୟାନର ଛିଣ୍ଡାଇବା ଏବଂ ବିଜେଡି ସମର୍ଥିତ ସରପଞ୍ଚଙ୍କ ପ୍ରତି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସମର୍ଥକମାନେ ଦୁର୍ବ୍ୟବହାର କରିବା ପ୍ରତିବାଦରେ ଏହି ରାସ୍ତା ରୋକ କରିଛନ୍ତି ବିଜେଡି ସମର୍ଥକମାନେ।
ଜାତୀୟ ରାଜପଥ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। ଗତ ୨୨ତାରିଖ ଦିନ ଜେଏମଏମ ସୁପ୍ରିମ ଶିବୁ ସୋରେନଙ୍କ ମୟୂରଭଞ୍ଜ ଗସ୍ତ ଅବସରରେ କୁଳିଅଣାଠାରେ ଜେଏମଏମ ପକ୍ଷରୁ କରାଯାଇଥିବା ଗେଟରେ ନିଆଁ ଲଗାଯାଇଥିଲା। ଏହି ଗଣ୍ଡଗୋଳକୁ କେନ୍ଦ୍ର କରି ଉଭୟ ବିଜେଡି ଓ ଜେଏମଏମର ସମର୍ଥକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି।


















