ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିକଟରେ କଂଗ୍ରେସରୁ ହାତ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ନବ ଦାସ ସୋମବାର ବାଚସ୍ପତିଙ୍କୁ ନିଜ ଇସ୍ତଫାପତ୍ର ଦେଇଛନ୍ତି। ସେ ସୋମବାର ସକାଳେ ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।

ନବଦାସ କଂଗ୍ରେସ ଟିକେଟରେ ଝାରସୁଗୁଡ଼ାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଗୁରୁବାର ନବ ଦାସ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଥିଲେ। ନବ ଦାସଙ୍କ ସହିତ ତାଙ୍କର ଶତାଧିକ ସମର୍ଥକ ମଧ୍ୟ ବିଜେଡିରେ ମିଶିଥିଲେ।

ନବ ଦାସ କଂଗ୍ରେସର ହାତ ଛାଡ଼ିବାର କାରଣରେ କହିଥିଲେ ‘ମୋ’ ନିର୍ବାଚନ ମଣ୍ଡଳୀର ଲୋକେ ଯାହା ଚାହିଁବେ ମୁଁ ସେଇୟା କରିବି’।

Comment