ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ କ୍ୟାବିନେଟରେ ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ଲାଗିଛି।

ସଚିବାଳୟରେ ବସିଥିବା ରାଜ୍ୟ କ୍ୟାବିନେଟରେ ବହୁ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜ୍ୟ ହସ୍ତଶିଳ୍ପ ନୀତି – ୨୦୧୯କୁ ମଞ୍ଜୁରି ମିଳିଛି।

ସଚିବାଳୟରେ  ଡାଟା ଏଣ୍ଟ୍ରି ଅପରେଟର କ୍ୟାଡର ରୁଲ୍‌ରେ ସଂଶୋଧନ କରାଯିବ। ଡାଟା ଏଣ୍ଟ୍ରି ଅପରେଟରଙ୍କ ପଦୋନ୍ନତି ପାଇଁ ୨ଟି ସ୍ତର ବୃଦ୍ଧି ନିଷ୍ପତ୍ତି ହୋଇଛି।

ଏସିଆନ ସ୍କୁଲ ଅଫ୍ ବିଜିନେସ ମ୍ୟାନେଜମେଣ୍ଟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଭଦ୍ରକ ଜିଲ୍ଲାର ଲୁଣିପାଣି ଅଞ୍ଚଳକୁ ପାଇପ ପାଣି ଯୋଗାଣ ହେବ। କେନ୍ଦୁଝର ଜିଲ୍ଲାରେ ପାନୀୟ ଜଳ ପାଇଁ ୯୭୯ କୋଟି ଟଙ୍କାର ଟେଣ୍ଡର ମଞ୍ଜୁରି ଦିଆଯାଇଛି। ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ନେଇ ୫ଟି ଟେଣ୍ଡରକୁ ଅନୁମୋଦନ ମିଳିଛି।

ଗ୍ରାମାଞ୍ଚଳ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଛି। କାଳିଆ ଯୋଜନା ପାଇଁ ୧୬୩୩ କୋଟି ବଜେଟ ବ୍ୟବସ୍ଥା, ୫ ଲକ୍ଷ ଭୂମିହୀନଙ୍କୁ ସହାୟତା ଦେବାକୁ ନିଷ୍ପତ୍ତି ହୋଇଛି।

Comment