ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସେ ହେଲିକପ୍ଟର ଯୋଗେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ଯିବେ।
ସତ୍ୟଭାମାପୁରରୁ ପୁଣି ହେଲିକପ୍ଟର ଯୋଗେ ସାଲେପୁର କୁଳିଆରେ ପହଞ୍ଚି ବୁଥ୍ ସ୍ତରୀୟ କର୍ମକର୍ତ୍ତାଙ୍କ ସମ୍ମିଳନୀରେ ଯୋଗ ଦେବେ ଅମିତ ଶାହ। ଶାହଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ଉତ୍ସାହିତ ଅଛି। ଅନ୍ୟପଟେ ନିର୍ବାଚନକୁ ଅଳ୍ପଦିନ ବାକି ଥିବା ଶାହ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇପାରନ୍ତି।
ଏହି ସମାବେଶରେ ଶାହ ବୁଥ୍ ସ୍ତରୀୟ କର୍ମକର୍ତ୍ତାମାନଙ୍କ ସହ ସାଙ୍ଗଠନିକ ସ୍ଥିତି ଏବଂ ଆଗାମୀ ନିର୍ବାଚନ ରଣନୀତି ସଂର୍ପକରେ ଆଲୋଚନା କରିବେ। ଏହି ସମ୍ମିଳନୀ ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶାହ କୋଲକାତା ଗସ୍ତ କରିବେ ବୋଲି ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ ସୂଚନା ଦେଇଛନ୍ତି।


















