ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଧ୍ୟପ୍ରଦେଶର ବଡବାନୀ ଜିଲ୍ଲାର ଏକ ଛୋଟ ଗାଁ ବନ୍ଧନପୁରାରେ ରହୁଥିବା ଜଣେ ବ୍ୟକ୍ତି ଏବେ ଚର୍ଚ୍ଚାରେ। ବନ୍ଧନପୁରା ଗ୍ରାମରେ ବସବାସ କରୁଥିବା ଟିଲୁଙ୍କୁ କାନ ବଦଳରେ ନାକରେ ଶୁଣାଯାଏ। ଏହି ଦୃଶ୍ୟ ଦେଖିବାକୁ ବଡ଼ ବିଚିତ୍ର ଲାଗୁଛି। ଟିଲୁ ନାକରେ ଶୁଣୁଥିବା ଖବର ଚାରିଆଡ଼େ ବ୍ୟାପିବା ପରେ ତାଙ୍କୁ ଦେଖିବାକୁ ଦୂରଦୂରାନ୍ତରୁ ଅନେକ ଲୋକେ ଆସୁଥିବାରୁ ତାଙ୍କ ଘର ଆଗରେ ଭିଡ଼ ଲାଗୁଛି।

ଛୋଟ ବେଳୁ ଟିଲୁର ଦୁଇ କାନର ଛିଦ୍ର ବନ୍ଦ ଥିଲା ତଥାପି ବହୁତ କମ୍ ଶୁଭାଯାଉଥିଲା। କିନ୍ତୁ କିଛି ଦିନରେ କାନରେ ଶୁଣିବା ପୁରାପୁରି ବନ୍ଦ ହୋଇଯାଇଥିଲା। ଯାହାପରେ ଟିଲୁଙ୍କୁ ନାକରେ ଶୁଣୁଥିଲେ। ଆରମ୍ଭରୁ ଟିଲୁଙ୍କୁ ସମସ୍ୟା ଲାଗୁଥିଲା କିନ୍ତୁ ପରେ ଅଭ୍ୟାସରେ ପଡ଼ି ଯାଇଥିଲେ।

ଟିଲୁଙ୍କର କହିବାନୁସାରେ, ନାକ ସାମନାରେ ମୋବାଇଲ ରଖିଲେ ଅଧିକ ଭଲ ଶୁଣାଯାଏ। ଧିରେ ଧିରେ ସେ ନାକରେ ଶୁଣି କଥା ହେବାରେ ଲାଗିଥିଲେ। ବିଶେଷଜ୍ଞ ଡାକ୍ତର ଅନିତା ସିଙ୍ଗାରଙ୍କ କହିବାନୁସାରେ, ନାକ ଦ୍ୱାରା ଶୁଣିବା ସମ୍ଭବ ନୁହେଁ। ନାକ ଓ କାନର ଇନ୍ଦ୍ରିୟ ଭିନ୍ନ ଭିନ୍ନ ଥାଏ ଏବଂ ତାର କାମ ବି ଭିନ୍ନ ଭିନ୍ନ। ସେହି ବ୍ୟକ୍ତିଙ୍କୁ ଭଲ ଭାବରେ ଯାଞ୍ଚ କରିବା ଦରକାର।

Comment