ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଜର ଖଳ ବା ମନ୍ଦ ପ୍ରକୃତି ପାଇଁ ବିଶ୍ୱରେ ପାକିସ୍ତାନ ପ୍ରସିଦ୍ଧ। କିନ୍ତୁ ପାକିସ୍ତାନରେ ଏଭଳି କିଛି ଅଜବ ପ୍ରକାର ନିୟମ ରହିଛି ଯାହା ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି।

୧- ପାକିସ୍ତାନର କୌଣସି ନାଗରିକଙ୍କୁ ଇସ୍ରାଏଲ ଯିବା ପାଇଁ ଭିସା ମିଳିନଥାଏ। ଏହା ପଛରେ ମଧ୍ୟ ରହସ୍ୟ ରହିଛି। କାରଣ ପାକିସ୍ତାନ ନଜରରେ ଇସ୍ରାଏଲ ଏକ ଦେଶ ନୁହେଁ। ଏହି କାରଣରୁ ଏଠାକାର ଲୋକଙ୍କୁ ଇସ୍ରାଏଲ ଯିବା ପାଇଁ ଭିସା ମିଳିନଥାଏ।

୨- ପାକିସ୍ତାନରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଟ୍ୟାକ୍ସ ଦେଇଥାନ୍ତି। ଯଦି କୌଣସି ପିଲା ପାଠ ପଢ଼ାରେ ୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି, ତାହାଲେ ସରକାରଙ୍କୁ ୫ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡ଼ିଥାଏ।

୩- ପାକିସ୍ତାନର ନିୟମ ଅନୁସାରେ ଏଠାକାର ଲୋକଙ୍କୁ ଗର୍ଲଫ୍ରେଣ୍ଡ କରିବାର ଅନୁମତି ନାହିଁ। ବିବାହ ପୂର୍ବରୁ ଏଠି କୌଣସି ଯୁବକ ଯୁବତୀଙ୍କ ସହ ଏକାଠି ରହିପାରିବେ ନାହିଁ।  ସରକାରଙ୍କ ଦୃଷ୍ଟିରେ ଏହା ବେଆଇନ ଦର୍ଶାଯାଇଛି।

୪- ପାକିସ୍ତାନରେ ଏଭଳି ଆଇନ ମଧ୍ୟ ରହିଛି, ଦେଶର ପ୍ରଧାନମନ୍ତ୍ରୀ କିମ୍ବା ସରକାରୀ ଅଧିକାରୀ ହୁଅନ୍ତୁ କାହାର ମଜାକ ଉଡ଼ାଇ ପାରିବେନି ଲୋକେ। ଏଭଳି କଲେ ସଜା ସହିତ ଜରିମାନା ଭଳି ନିୟମ ରହିଛି। ଏହାସତ୍ତ୍ୱେ ସେଠାରେ ନେତାଙ୍କ ମଜାକ କରୁଛନ୍ତି ଲୋକେ ।

୫- ଏଠି ବିନା ଅନୁମତିରେ କେହି କାହାର ଫୋନ ଛୁଇଁ ପାରିବେ ନାହିଁ। ଏଭଳି କଲେ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ବ୍ୟବସ୍ଥା ରହିଛି।

୬- ଏଠାରେ କାହାକୁ ସ୍ପାମ ମେସେଜ ପଠାଇବା ବେଆଇନ ଅଟେ। ଯଦି ଏଭଳି କରୁଥିବାର କେହି ଧରାପଡ଼ନ୍ତି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ।

୭- ଆରବୀ ଶବ୍ଦ ଯଥା, ଆଲ୍ଲହା, ମସଜିଦ୍, ରସୁଲ କିମ୍ବା ନବି ଭଳି ଶବ୍ଦର ଇଂରାଜୀ ଅନୁବାଦ କରିବା ଏଠି ବେଆଇନ ଅଟେ।

Comment