ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ସାମାଜିକ ନ୍ୟାୟ ଅଭିଯାନ ସଭାରେ ଯୋଗ ଦେଲେ ଅରବିନ୍ଦ କେଜରିୱାଲ।

“ଦେଶ ସ୍ୱାଧୀନ ହେବାର ୭୦ ବର୍ଷ ପରେ ବି ଆମ ଦେଶ ଗରିବ ହୋଇ ରହିଛି। ଭାରତର ଯେଉଁଭଳି ବିକାଶ ହେବା କଥା ତାହା ହୋଇନାହିଁ। ଆମ ଦେଶରେ ଆଜି ବି କୋଟି କୋଟି ଗରିବ ଲୋକ ରହିଛନ୍ତି। ସବୁଠୁ ଗରିବ ଲୋକ ଓଡ଼ିଶାରେ ଅଛନ୍ତି। ଅତୀତରେ ଯେଉଁ ଦଳ ଦେଶର ଶାସନ ମଙ୍ଗ ଧରିଥିଲେ ସେମାନେ ସମସ୍ତେ ଦେଶକୁ ଲୁଟିଛନ୍ତି”, କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ।

ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମ୍‌ଜିଠାରେ ଆୟୋଜିତ ସଭାରେ ଅରବିନ୍ଦ କେଜରିୱାଲ ଯୋଗ ଦେଇଥିଲେ। ଏହି ସଭାରେ ସେ ସବୁ ଦଳକୁ ଟାର୍ଗେଟ କରିଥିଲେ।

“କଂଗ୍ରେସ, ବିଜେପି, ବିଜେଡି ଦେଶକୁ ଲୁଟୁଛନ୍ତି। ଦିଲ୍ଲୀରେ ବିଜୁଳି ଉତ୍ପାଦନ ହୁଏନି। କିନ୍ତୁ ଆମେ ଲୋକଙ୍କୁ ୧ ଟଙ୍କା ୟୁନିଟରେ ବିଜୁଳି ଦେଉ। ଓଡ଼ିଶାରେ ବିଜୁଳି ଉତ୍ପାଦନ ହେଉଥିଲେ ମଧ୍ୟ ଏଠାରେ ଲୋକଙ୍କୁ ୟୁନିଟ୍ ପିଛା ୫ ଟଙ୍କାରେ ବିଜୁଳି ଯୋଗାଇ ଦିଆଯାଉଛି”, କହିଛନ୍ତି କେଜରିୱାଲ।

କେଜରିୱାଲ ଆହୁରି କହିଛନ୍ତି ଯେ ଦିଲ୍ଲୀରେ ପ୍ରାଇଭେଟ୍ ସ୍କୁଲ ଅଭିଭାବକମାନଙ୍କୁ ଶୋଷଣ କରୁଥିଲେ। କିନ୍ତୁ ଆମେ ସରକାରକୁ ଆସିବା ପରେ ଶୋଷଣ ବନ୍ଦ ହୋଇଛି। ସରକାରୀ ସ୍କୁଲର ରେଜଲ୍ଟ ମଧ୍ୟ ଭଲ ହେଉଛି।

ଏହି ସଭାରେ କଂଗ୍ରେସ ଛାଡ଼ିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବଂ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ମଧ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here