ଓଡ଼ିଶାଲାଇଭ୍‌ ବ୍ୟୁରୋ

ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ ମ୍ୟାଚ୍‌ରେ ଭାରତ ୯୨ ରନ୍‌ରେ ଅଲ୍‌ଆଉଟ ହୋଇଛି। ସିରିଜ୍‌ ହାରିଥିବା ନ୍ୟୁଜିଲାଣ୍ଡ ଗୁରୁବାର ଚତୁର୍ଥ ଦିନରେ ଭାରତକୁ ହରାଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳ ଶେଷରେ ହାର ମାନିଛି। ଦଳ ପ୍ରଥମ ବ୍ୟାଟିଂ କରି ୩୦.୫ ଓଭରରେ ସମସ୍ତ ଖେଳାଳିଙ୍କୁ ହରାଇଛି।

୧୧ ଓଭର ଭିତରେ ଦଳ ଚାରିଟି ୱିକେଟ୍‌ ହରାଇଥିଲା। ଅଧିନାୟକ ରୋହିତ ଶର୍ମା, ଶିଖର ଧୱନ, ଅମ୍ବାତି ରାୟୁଡୁ, ଦୀନେଶ କାର୍ତ୍ତିକ ଆଉଟ ହୋଇଯାଇଥିଲେ। ରୋହିତ ମାତ୍ର ୭ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଧୱନ ୧୩ ରନ୍‌ କରି ଆଉଟ୍‌ ହୋଇଥିଲେ। ରାୟୁଡୁ ଓ କାର୍ତ୍ତିକ ଗୋଟେ ବି ରନ୍‌ କରିପାରି ନଥିଲେ। ୫.୫ ଓଭରରେ ଶିଖର ଧୱନ ଆଉଟ ହୋଇଯାଇଥିଲେ।

ଗୁରୁବାର ପ୍ରଥମ ମ୍ୟାଚ୍‌ ଖେଳିଥିବା ଶୁଭମନ୍‌ ଗିଲ୍‌ ମାତ୍ର ୯ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ।

୫ଟି ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌କୁ ଭାରତ ୩-୦ରେ ଜିତି ସାରିଛି। ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିଲା। ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଦିଆଯାଇଛି। ସେହିପରି ମହମ୍ମଦ ସାମ୍ମିଙ୍କ ସ୍ଥାନରେ ଖଲିଲ ଅହମ୍ମଦଙ୍କୁ ଟିମ୍‌ରେ ରଖାଯାଇଥିଲା।

Comment