ଓଡ଼ିଶାଲଇଭ୍ ପଲିଟିକାଲ୍‌ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନରେ ଝୁଲା ସଂସଦ ହେବାର ସମ୍ଭାବନା। ଟାଇମ୍ସ ନାଓ-ଭିଏମଆର ପକ୍ଷରୁ ନିକଟରେ ହୋଇଥିବା ପ୍ରାକ ନିର୍ବାଚନୀ ସର୍ଭେରୁ ଏହି  ଆକଳନ କରାଯାଇଛି।

ନିର୍ବାଚନକୁ ଆଉ କେତାଟା ମାସ ବାକି ଅଛି। ନିର୍ବାଚନ ପୂର୍ବରୁ କେଉଁ ଦଳକୁ କେଉଁ ରାଜ୍ୟରେ କେତେ ସିଟ୍‌ ମିଳିବ ତାହାକୁ ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

୨୦୧୯ ଲୋକସଭା ନିର୍ବାଚନରେ ଝୁଲା ସଂସଦ ହେବାର ସମ୍ଭାବନା। ଟାଇମ୍ସ ନାଓ-ଭିଏମଆର ପକ୍ଷରୁ ନିକଟରେ ହୋଇଥିବା ପ୍ରାକ ନିର୍ବାଚନୀ ସର୍ଭେରୁ ଏହି  ଆକଳନ କରାଯାଇଛି।

ଟାଇମ୍ସ ନାଓ-ଭିଏମଆର ସର୍ଭେ ଅନୁସାରେ ବିଜେପି ଓଡ଼ିଶାରେ ୧୩ଟି ଲୋକସଭା ଆସନ ପାଇବ। ଏହା ସହିତ ସର୍ଭେ ଅନୁସାରେ ଓଡ଼ିଶାରୁ ଶାସକ ବିଜୁ ଜନତା ଦଳକୁ ମାତ୍ର ୮ଟି ଆସନ ମିଳିବ ଏବଂ ଅନ୍ୟ କୌଣସି ଦଳ କିଛି ବି ଆସନ ପାଇବେ ନାହିଁ। ଏହା ପୂର୍ବୁରୁ ଏବିପି-ସି ଭୋଟ, ପରେ ରିପବ୍ଲିକ୍‌ ସି ଭୋଟର ସର୍ଭେରେ ବିଜେଡି ୯ଟି ଲୋକସଭା ଆସନରେ ଜିତିବ ବୋଲି ଆକଳନ କରାଯାଇଥିଲା।

ସେହିପରି ଟାଇମ୍ସ ନାଓ-ଭିଏମଆର ସର୍ଭେ ଅନୁସାରେ ଲୋକସଭା ନିର୍ବାଚନରେ ଏନଡିଏ ୨୫୨ଟି ଆସନ ପାଇବ ବୋଲି ଆକଳନ କରାଯାଇଛି। ସେହିପରି ୟୁପିଏ ୧୪୭ଟି ଆସନ ପାଇବ ଏବଂ ଅନ୍ୟାନ୍ୟ ଦଳ ଗୁଡିକ ୧୪୪ଟି ଆସନ ପାଇବ ବୋଲି କୁହାଯାଇଛି।

ଏହାର ଅର୍ଥ ଆଗାମୀ ଲୋକସଭା ନିର୍ବାଚନରେ ଝୁଲା ସଂସଦ ହେବ। ବିଜେପି ନେତୃତ୍ୱ ଏନଡିଏ କିମ୍ବା କଂଗ୍ରେସ ନେତୃତ୍ୱ ୟୁପିଏ ମଧ୍ୟରୁ କେହି ବି ମେଣ୍ଚ ସରକାର ଗଠନରେ ସଫଳ ହେବେ ନାହିଁ।

ଏହି ସର୍ଭେ କେତେ ଠିକ୍‌ ହେଉଛି ତାହା ନିର୍ବାଚନ ପରେ ହିଁ ଜଣାପଡ଼ିବ। ଅନ୍ୟପଟେ ନିର୍ବାଚନକୁ ନେଇ ରାଜନୈତିକ ପରିବେଶ ଉଷ୍ମ ରହିଛି।

LEAVE A REPLY

Please enter your comment!
Please enter your name here