ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁମ୍ଭମେଳାରେ ‘ରାମ ନାମ’ରେ ଏକ ବ୍ୟାଙ୍କ ରହିଛି ଯେଉଁଠି କେବଳ ଭଗବାନ ରାମଙ୍କ ମୁଦ୍ରା ଚଳୁଛି। ଏହି ବ୍ୟାଙ୍କରୁ ସୁଧ ବଦଳରେ ମିଳୁଛି ଆଧ୍ୟାତ୍ମିକ ଶାନ୍ତି। ଏହି ‘ରାମ ନାମ’ ବ୍ୟାଙ୍କରେ ପାଖାପାଖି ଏକ ଲକ୍ଷରୁ ଅଧିକ ଖାତାଧାରକ ବା ଗ୍ରାହକ ଅଛନ୍ତି। ଅନ୍ୟ ବ୍ୟାଙ୍କ ଭଳି ଏଠାରେ ମଧ୍ୟ ପାସ୍‌ବୁକ୍‌ ଜାରି କରାଯାଇଥାଏ। ଏହି ସବୁ ସେବା ନିଶୁଳ୍କରେ ହୋଇଥାଏ।

ଏହି ବ୍ୟାଙ୍କର ସଦସ୍ୟଙ୍କୁ ମିଳିଥିବା ପୁସ୍ତିକାରେ ପ୍ରତିଦିନ ୧୦୮ ଥର ‘ରାମ ନାମ’ ଲେଖାଯାଇଥାଏ। ସଙ୍ଗମ ସ୍ନାନ କରିବା ପରେ ଶ୍ରଦ୍ଧାଳୁ ଏଠି ବସି ଭଗବାନ ରାମଙ୍କ ନାଁ ଲେଖିଥାନ୍ତି। କୁମ୍ଭରେ ନିର୍ମିତ ପ୍ରୟାଗରାଜରେ ‘ରାମ ନାମ’ ବ୍ୟାଙ୍କ ଏଭଳି ଏକ ବ୍ୟାଙ୍କ ସମସ୍ତ ସମୁଦାୟର ଲୋକ ରହିଛନ୍ତି।

ବ୍ୟାଙ୍କଟି ସାମାଜିକ ସଂଗଠନ ସେବା ଅନୁଷ୍ଠାନ ଦ୍ୱାରା ଚାଲୁଛି। ପାଖାପାଖି ୯ଟି କୁମ୍ଭମେଳାରେ ଏହି ବ୍ୟାଙ୍କ ସ୍ଥାପନ କରାଯାଇଛି। ବ୍ୟାଙ୍କରେ କୌଣସି ଟଙ୍କା କାରବାର ହୋଇନଥାଏ। କେବଳ ଖାତାଧାରକଙ୍କ ପାଖରେ ୩୦ ପୃଷ୍ଠା ସମ୍ବଳିତ ପୁସ୍ତିକା ଦିଆଯାଇଛି ଯେଉଁଥିରେ ପ୍ରତିଦିନ ୧୦୮ ଥର ‘ରାମ ନାମ’ ଲେଖାଯାଏ।

ଏହି ପୁସ୍ତିକାକୁ ବ୍ୟାଙ୍କ ଖାତାରେ ଜମା କରାଯାଇଥାଏ। ଭଗବାନ ରାମଙ୍କ ନାମ ନାଲି ରଙ୍ଗର କଲମରେ ଲେଖାଯାଇଥାଏ କାରଣ ଏହି ରଙ୍ଗ ପ୍ରେମର ପ୍ରତୀକ ଅଟେ। ଏହି ବ୍ୟାଙ୍କରେ କେବଳ ଭଗବାନ ରାମଙ୍କ ମୁଦ୍ରା ଚଳିଥାଏ।

Comment