ଓଡ଼ିଶାଲାଇଭ୍ ବ୍ୟୁରୋ
କେବେ ଭାବିଛନ୍ତି କି ବିନା କ୍ୟାଲେଣ୍ଡରରେ ଆମେ ଜୀବନ କିପରି କାଟିପାରିବା। ଦିନ,ମାସ,ବର୍ଷଗୁଡ଼ିକ ଆମ ଜୀବନରେ ମହତ୍ୱପୂର୍ଣ୍ଣ ଅଙ୍ଗ ହୋଇଗଲାଣି। କ୍ୟାଲେଣ୍ଡରକୁ ନେଇ ରହିଥିବା ରହସ୍ୟ ବିଷୟ ସମସ୍ତଙ୍କୁ ଜଣା ନଥିବ। ମାସଗୁଡିକର ନାଁ କିଏ ଏବଂ କିଭଳି ଆବିଷ୍କାର ହେଲା ତାହା ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ।
ଜାନୁଆରୀ ମାସର ନାଁ ପ୍ରଥମେ ଜେନସ ଥିଲା ଏବଂ ପରେ ଜାନୁଆରୀ ହେଲା। ଏହି ମାସର ନାମ ରୋମାନ ଦେବତା ଜେନସଙ୍କ ନାଁରେ ରଖାଯାଇଥିଲା। ଫେବ୍ରୁଆରି ମାସର ନାଁ ଲାଟିନର ‘ଫେବରା’ ଅର୍ଥାତ ‘ଶୁଦ୍ଧି ଦେବତା’ଙ୍କ ନାଁରେ ରଖାଯାଇଥିଲା। ମାର୍ଚ୍ଚ ମାସର ନାଁ ରୋମାନ ଦେବତା ‘ମାର୍ସ’ଙ୍କ ନାଁରେ ରଖାଯାଇଥିଲା। ସେହିପରି ରୋମାନରେ ମାର୍ଚ୍ଚ ମାସରୁ ନୂଆବର୍ଷ ଆରମ୍ଭ ହୋଇଥାଏ।
ଏପ୍ରିଲ ମାସର ନାମ ଲାଟିନ ଶବ୍ଦ ‘ଏପେରାୟର’ରେ ନାମିତ। ରୋମରେ ଏହି ମାସ ବସନ୍ତ ଋତୁ ଆରମ୍ଭରୁ ହୋଇଥାଏ। ମେ’ ଜୁନ ମାସ ପଛରେ ବି ରହିଛି କାରଣ। ରୋମାନ ଦେବତା ‘ମରକରି’ ଙ୍କ ମାତା ‘ମାୟା’ ନାମରେ ମେ’ ମାସ ନାମ ପଡୁଛି। ରୋମର ସବୁଠୁ ବଡ଼ ଦେବତାଙ୍କ ନାମ ହେଉଛି ‘ଜୁନୋ’ । ‘ଜୁନୋ’ ନାମରେ ଜୁନ ମାସ ପ୍ରଚଳିତ ହେଉଥିବା କୁହାଯାଉଛି। ରୋମାନ ସାମ୍ରାଜ୍ୟର ଶାସକ ‘ଜୁଲିୟସ ସିଜର’ଙ୍କ ନାଁରେ ଜୁନ ମାସ ହୋଇଛି। କୁହାଯାଉଛି ଜୁଲିୟସଙ୍କ ଜନ୍ମ ଏବଂ ମୃତ୍ୟୁ ଏହି ମାସରେ ହୋଇଥିଲା।
ଅଗଷ୍ଟ ମାସର ନାଁ ‘ସେଣ୍ଟ ଅଗଷ୍ଟ ସିଜର’ଙ୍କ ନାଁରେ ରଖାଯାଇଛି। ସେପ୍ଟେମ୍ବର ମାସର ନାମ ଲାଟିନ ଶବ୍ଦ ‘ସେପ୍ଟେମ’ରୁ ହୋଇଛି । ଅକ୍ଟୋବର ମାସର ଲାଟିନ ନାମ ‘ଆକ୍ଟୋ’ ଶବ୍ଦରୁ ଆସିଛି। ସେହିପରି ନଭେମ୍ବରର ନାମ ଲାଟିନ ଶବ୍ଦ ‘ନବମ’ରୁ ଆସିଛି। ବର୍ଷର ଶେଷ ମାସ ଡିସେମ୍ବର ନାମ ଲାଟିନ ଶବ୍ଦ ‘ଡେସମ’ରୁ ଆସିଛି।